ଓଡ଼ିଶାଲାଇଭ ବ୍ୟୁରୋ

କମିସନରେଟ ପୋଲିସକୁ ବଡ଼ ସଫଳତା। କଟକରେ ଆତଙ୍କ ମଚାଇଥିବା ସାଇକୋ କିଲରକୁ ଗିରଫ କରିଛି କମିସନରେଟ ପୋଲିସ। ଅଭିଯୁକ୍ତ ଜଣକ ହେଉଛି ଗଞ୍ଜାମ ଜିଲ୍ଲାର ନାରାୟାଣ ସାହୁ। କଟକରେ ହୋଇଥିବା ୩ଟି ହତ୍ୟାକାଣ୍ଡରେ ନାରାୟଣର ହାତ ରହିଥିବା କମିସନରେଟ ପୋଲିସ ସୂଚନା ଦେଇଛି।

“ସିସିଟିଭି ଫୁଟେଜକୁ ଆଧାର କରି ଅପରାଧି ପାଖରେ ପହଞ୍ଚିଥିଲୁ। ଏହି ଅପରେସନ ପୋଲିସ ଆଗରେ ଚ୍ୟାଲେଞ୍ଜ ହୋଇ ରହିଥିଲା। ଅପରାଧି କେବଳ କଟକ ନୁହେଁ ଗଞ୍ଜାମର ବେଲଗୁଣ୍ଠ ଅଞ୍ଚଳରେ ମଧ୍ୟ ଏପରି କାଣ୍ଡ କରିଛି। ଅଧିକ ତଥ୍ୟ ପାଇଁ ତାକୁ ପଚରାଉଚରା କରାଯାଉଛି” ଏହା କହିଛନ୍ତି ପୋଲିସ କମିସନର ସତ୍ୟଜିତ ମହାନ୍ତି।

ଗତକାଲି ରାତିରେ ନାରାୟାଣ ସାହୁକୁ ସନ୍ଦେହ କରି କିଛି ଯୁବକ କଟକ ମଙ୍ଗଳାବାଗରୁ ତାକୁ ଧରି ପୋଲିସକୁ ସୂଚନା ଦେଇଥିଲେ। ପରେ ପୋଲିସ ତାକୁ ଅଟକ ରଖି ପଚରାଉଚରା କରିଥିଲା। ବର୍ତ୍ତମାନ ୩ଟି ହତ୍ୟାକାଣ୍ଡରେ ନାରାୟାଣ ସାହୁ ସାମିଲ ଅଛି ବୋଲି ପୋଲିସ ସୂଚନା ଦେଇଛି।

ଜୁଲାଇ ୨୨ ତାରିଖରେ ରାଣୀହାଟ, ୨୩ ତାରିଖରେ ଓଏମପି ଓ ମଙ୍ଗଳାବାଗରେ ତିନିଜଣଙ୍କୁ ଗଳାକାଟି ହତ୍ୟା କରାଯାଇଥିଲା। ହତ୍ୟାର ଶିକାର ହୋଇଥିବା ଲୋକମାନେ ଦିନମଜୁରିଆ ଥିଲେ। ତେବେ ଏହି ହତ୍ୟାକାଣ୍ଡ କମିସନରେଟ ପୋଲିସର ନିଦ ହଜାଇ ଦେଇଥିଲା।

LEAVE A REPLY

Please enter your comment!
Please enter your name here