ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଉ ଜଣେ ଭାରତୀୟ ହେବେ ପାକିସ୍ତାନୀ ବୋହୂ। କ୍ରିକେଟର ସୋଏବ ମଲ୍ଲିକଙ୍କ ପରେ ଆଉ ଜଣେ ପାକିସ୍ତାନ କ୍ରିକେଟର ଭାରତୀୟ ଯୁବତୀଙ୍କୁ ବିବାହ କରିବାକୁ ଯାଉଛନ୍ତି। ସେ ହେଉଛନ୍ତି ପାକିସ୍ତାନ କ୍ରିକେଟ ଟିମ୍‌ର ପ୍ରମୁଖ ଫାଷ୍ଟ ବୋଲର ହାସନ୍‌ ଅଲ୍ଲୀ। ଦୁବାଇରେ ରହୁଥିବା ଭାରତୀୟ ଶାମିଆ ଆର୍ଜୋଙ୍କୁ ହାସନ୍‌ ଖୁବ୍‌ଶୀଘ୍ର ବିବାହ କରିବାକୁ ଯାଉଛନ୍ତି।

ପାକିସ୍ତାନ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆସନ୍ତା ଅଗଷ୍ଟ ୨୦ରେ ହାସନ ଅଲ୍ଲୀ ଓ ଶାମିଆ ଆର୍ଜୋ ବିବାହ କରିବେ। ଏଥିପାଇଁ ଦୁବାଇର ଆଟଲାଣ୍ଟିସ୍‌ ପାମ୍‌ ହୋଟେଲ୍‌ରେ ବୁକିଂ ସରିଛି। ତେବେ ଏହି ଖବରକୁ ହାସନ ଅଲ୍ଲୀ ଅସ୍ୱୀକାର କରିନାହାନ୍ତି। ଖୁବ୍‌ଶୀଘ୍ର ଉଭୟଙ୍କ ପରିବାର ଭେଟିବାକୁ ଯାଉଛନ୍ତି ବୋଲି ହାସନ୍‌ କହିଛନ୍ତି।

ଶାମିଆ ଆର୍ଜୋ ହେଉଛନ୍ତି ହରିୟାଣା ରାଜ୍ୟ ମେୱଟ୍ ଜିଲ୍ଲାର ମୂଳ ବାସିନ୍ଦା। ସେ ହରିୟାଣାର ଫରିଦାବାଦସ୍ଥିତ ମାନବ ରଚନା ବିଶ୍ୱବିଦ୍ୟାଳୟରୁ ଏରୋନେଟିକ୍‌ ଇଂଞ୍ଜିନିୟରିଂ ଡିଗ୍ରୀ ହାସଲ କରିଛନ୍ତି। ଶାମିଆ ପ୍ରଥମେ ଜେଟ୍‌ ଏୟାରୱେଜ୍ ପାଇଁ କାମ କରୁଥିଲେ। ବର୍ତ୍ତମାନ ସେ ଦୁବାଇ ଏମିରେଟ୍‌ସ ଏୟାରଲାଇନ୍‌ସରେ ଫ୍ଲାଇଟ୍‌ ଇଞ୍ଜିନିୟର ଭାବେ କାମ କରୁଛନ୍ତି।

Comment