ଓଡ଼ିଶାଲାଇଭ ବ୍ୟୁରୋ

ହରିୟାଣାର ଝିଅ ଶାମିଆ ଆର୍ଜୋ ଆଜି ପାକିସ୍ତାନ କ୍ରିକେଟର ହାସନ ଅଲ୍ଲିଙ୍କୁ ବିବାହ କରିବାକୁ ଯାଉଛନ୍ତି। ତେବେ ବିବାହ ପାଇଁ ଦୁଇ ପରିବାରର ସଦସ୍ୟ ଦୁବାଇରେ ପହଞ୍ଚି ସାରିଛନ୍ତି। ବିବାହ କାର୍ଡ ଅନୁସାରେ ତାଙ୍କ ବିବାହ ଆଟ୍‌ଲାଣ୍ଟିସ୍‌ ଦି ପାମ୍‌ ହୋଟେଲର ରିସର୍ଟ ଜୁବେରା ପାର୍କରେ ସନ୍ଧ୍ୟା ୬ରେ ଅନୁଷ୍ଠିତ ହେବ।

ଶାମିଆ ଆର୍ଜୋ ହେଉଛନ୍ତି ହରିୟାଣା ରାଜ୍ୟ ମେୱଟ୍ ଜିଲ୍ଲାର ମୂଳ ବାସିନ୍ଦା। ସେ ହରିୟାଣାର ଫରିଦାବାଦସ୍ଥିତ ମାନବ ରଚନା ବିଶ୍ୱବିଦ୍ୟାଳୟରୁ ଏରୋନେଟିକ୍‌ ଇଂଞ୍ଜିନିୟରିଂ ଡିଗ୍ରୀ ହାସଲ କରିଛନ୍ତି। ଶାମିଆ ପ୍ରଥମେ ଜେଟ୍‌ ଏୟାରୱେଜ୍ ପାଇଁ କାମ କରୁଥିଲେ। ବର୍ତ୍ତମାନ ସେ ଦୁବାଇ ଏମିରେଟ୍‌ସ ଏୟାରଲାଇନ୍‌ସରେ ଫ୍ଲାଇଟ୍‌ ଇଞ୍ଜିନିୟର ଭାବେ କାମ କରୁଛନ୍ତି।

ପାକିସ୍ତାନ କ୍ରିକେଟରଙ୍କୁ ବିବାହ କରିଥିବା ଭାରତୀୟ ଯୁବତୀ ଭାବେ ଶାମିଆ ଆର୍ଜୋ ଦ୍ଵିତୀୟ। ପୂର୍ବରୁ ସାନିଆ ମିର୍ଜା ଓ ସୋଏବ ମଲ୍ଲିକ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।

Comment