ଓଡ଼ିଶାଲାଇଭ୍ ବ୍ୟୁରୋ  

ପାକିସ୍ତାନ କ୍ରିକେଟ୍‌ ଟିମ୍‌ର ନୂଆ କୋଚ୍ ଓ ଚୟନକର୍ତ୍ତା ଭାବରେ ନିଯୁକ୍ତ ହୋଇଛନ୍ତି ପୂର୍ବତନ ପାକ୍ କ୍ରିକେଟର ମିସବା-ଉଲ୍-ହକ୍। ଏହାସହିତ ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ପୂର୍ବତନ କ୍ରିକେଟର ୱାକର୍ ୟୁନିସଙ୍କୁ ଦଳର ବୋଲିଂ କୋଚ୍ ଭାବରେ ନିଯୁକ୍ତି ଦେଇଛି।

କୌଣସି କୋଚକୁ ଦଳର ଚୟନକର୍ତ୍ତା ହେବାର ଦାୟିତ୍ୱ ମିଳିବା କ୍ରିକେଟ ଇତିହାସରେ ପ୍ରଥମ ଥର ପାଇଁ ହୋଇଛି। ମିସବା ଦଳର ମୁଖ୍ୟ କୋଚ୍ ହେବା ସହ ଦଳର ଚୟନ ମଧ୍ୟ କରିବେ। ପାକିସ୍ତାନ କ୍ରିକେଟ ବୋର୍ଡ ତାଙ୍କୁ ତିନିବର୍ଷ ପାଇଁ ଦଳର ଏହି ପଦରେ ନିଯୁକ୍ତ କରିଛି। ଆଗାମୀ ତିନିବର୍ଷ ଧରି ସେ ଦଳର ଚୟନ କରିବା ସହିତ ଖେଳାଳୀମାନଙ୍କୁ ପ୍ରଶିକ୍ଷଣ ମଧ୍ୟ ଦେବେ।

ଇଂଲଣ୍ଡରେ ଖେଳାଯାଇଥିବା କ୍ରିକେଟ ବିଶ୍ୱକପରେ ପାକିସ୍ତାନ ଦଳର ନୈରାଶଜନକ ପ୍ରଦର୍ଶନ କରିଥିଲା। ଏଥିପାଇଁ  ପାକିସ୍ତାନ କ୍ରିକେଟ ବୋର୍ଡ ମୁଖ୍ୟ କୋଚ ମିକି ଆର୍ଥର ଓ ଚୟନକର୍ତ୍ତା ଇଞ୍ଜାମାମ-ଉଲ-ହକଙ୍କ କାର୍ଯ୍ୟକାଳକୁ ଆଉ ବୃଦ୍ଧି କରିନଥିଲା। ଏହାପରେ ଦଳର ନୂଆ ସପୋର୍ଟ ଷ୍ଟାଫ୍ ପାଇଁ ଆବେଦନ ପକ୍ରିୟା ଆରମ୍ଭ ହୋଇଥିଲା। ମଙ୍ଗଳବାର ପାକିସ୍ତାନ କ୍ରିକେଟ୍ ବୋର୍ଡ ମିସବାଙ୍କୁ ଏହି ନୂଆ ଦାୟିତ୍ୱ ଦେଇଛି।

Comment