ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟ ସରକାର ଶୁକ୍ରବାର ଆଇଏଏସ୍‌ ସ୍ତରରେ ଛୋଟ ଧରଣର ଅଦଳବଦଳ କରିଛନ୍ତି। ଏହି ପ୍ରକ୍ରିୟାରେ ସ୍ୱତନ୍ତ୍ର ରିଲିଫ୍‌ କମିସନର ବିଷ୍ଣୁପଦ ସେଠୀଙ୍କୁ ଶକ୍ତି ବିଭାଗର ସଚିବ ଭାବେ ନିଯୁକ୍ତି ମିଳିଛି। ତେବେ ପ୍ରଦୀପ କୁମାର ଜେନାଙ୍କୁ ଗ୍ରାମ ଉନ୍ନୟନ ସଚିବ ଭାବେ ନିଯୁକ୍ତି ମିଳିଥିବା ବେଳେ ସେ ସ୍ୱତନ୍ତ୍ର ରିଲିଫ୍‌ କମିସନର ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ।

ରାଜ୍ୟ ସରକାର ଏନେଇ ଏକ ବିଜ୍ଞପ୍ତି ପ୍ରକାଶ କରି ସୂଚନା ଦେଇଛନ୍ତି। ତେବେ ଆସନ୍ତୁ ଜାଣିବା କେଉଁ ସଚିବଙ୍କୁ ମିଳିଲା କେଉଁ ଦାୟିତ୍ୱ?

ବିଷ୍ଣୁପଦ ସେଠୀ – ଶକ୍ତି ବିଭାଗ ସଚିବ

ମୋନା ଶର୍ମା – ଜଙ୍ଗଲ ଓ ପରିବେଶ ବିଭାଗ ସଚିବ

ସଞ୍ଜୀବ ଚୋପ୍ରା – ଗୃହ ବିଭାଗ ସଚିବ ଏବଂ ଜିଏ ବିଭାଗ ସଚିବ

ସୌରଭ ଗର୍ଗ – ଗ୍ରୀଡକୋ, ଓପିଟିସିଏଲ୍‌ ସିଏମ୍‌ଡି ଭାବେ ଅତିରିକ୍ତ ଦାୟିତ୍ୱ

ହେମନ୍ତ ଶର୍ମା – ଶିଳ୍ପ ବିଭାଗ କମିସନର ତଥା ସଚିବ

ଚିତ୍ରା ଅରୁମୁଗମ – ସ୍କୁଲ ଓ ଗଣଶିକ୍ଷା ସଚିବ

ବିଶାଲ ଗଗନ – ଜଳ ସମ୍ପଦ ବିଭାଗର ଅତିରିକ୍ତ ଦାୟିତ୍ୱ

ଅରବିନ୍ଦ ଅଗ୍ରୱାଲ – ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ଦାୟିତ୍ୱ

Comment