ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦକ୍ଷିଣ-ପୂର୍ବ ରେଳବାଇର ନୂଆ ମହାପ୍ରବନ୍ଧକ ହେଲେ ସଞ୍ଜୟ କୁମାର ମହାନ୍ତି। କୋଲକାତାସ୍ଥିତ ଏହାର କାର୍ଯ୍ୟାଳୟରେ ଶୁକ୍ରବାର ସଞ୍ଜୟ କୁମାର ମହାନ୍ତି ନିଜ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ସେ ରେଳବାଇ ବୋର୍ଡର ଟ୍ରାଫିକ ଟ୍ରାନ୍ସପୋର୍ଟେସନର ମୁଖ୍ୟ କାର୍ଯ୍ୟନିର୍ବାହୀ ନିର୍ଦେଶକ ଥିଲେ।

ଶ୍ରୀ ମହାନ୍ତି ପୂର୍ବତଟ ରେଲବାଇରେ ମୁଖ୍ୟ ଡିଭିଜନାଲ ଅଫିସରଭାବେ କାର୍ଯ୍ୟ କରିଛନ୍ତି। ସେହିପରି ଖୋର୍ଦ୍ଧା ରୋଡ୍‌ ଡିଭିଜନାଲ ରେଳାବାଇ ମ୍ୟାନଜର ମଧ୍ୟ ସେ ରହିସାରିଛନ୍ତି। ଖୋର୍ଦ୍ଧା ରୋଡ୍ ଡିଭିଜନ୍‌କୁ ଅଗ୍ରଣୀ ପଣ୍ୟ ପରିବହନ ମଣ୍ଡଳ କରାଇବାରେ ସଞ୍ଜୟ କୁମାର ମହାନ୍ତି ଭୂମିକା ଥିଲା ଗୁରୁତ୍ୱପୂର୍ଣ୍ଣ।

Comment