ଓଡ଼ିଶାଲାଇଭ ବ୍ୟୁରୋ

ପାକିସ୍ତାନର ପୂର୍ବତନ କ୍ରିକେଟର ଅବଦୁଲ କାଦିରଙ୍କ ଶୁକ୍ରବାର ପରଲୋକ ଘଟିଛି। ହୃଦଘାତ ଜନିତ କାରଣରୁ ତାଙ୍କର ମୃତ୍ୟ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ହୋଇଥିଲା। ତାଙ୍କ ମତ୍ୟୁ ଖବର ପାକିସ୍ତାନ କ୍ରିକେଟ ବୋର୍ଡ ତାଙ୍କ ଟୁଇଟର ପେଜରେ ପୋଷ୍ଟ କରି ଜଣାଇଥିଲା।

ପିସିବି ଟୁଇଟ କରି କହିଛି, “’ଉସ୍ତାଦ’ ଅବଦୁଲ କାଦିରଙ୍କ ଦେହାନ୍ତ ଖବରରେ ପିସିବି ସ୍ତବ୍ଧ ହୋଇଯାଇଛି। ତାଙ୍କ ପରିବାର, ବନ୍ଧୁମାନଙ୍କ ପାଇଁ ଆମର ଗଭିର ସମ୍ଵେଦନା।”

କାଦିର ୧୯୭୭ରୁ ୧୯୯୩ ମଧ୍ୟରେ ୬୭ଟି ଟେଷ୍ଟ ମ୍ୟାଚ ଖେଳିଥିଲେ। ସେହିପରି ୧୦୪ ଦିନିକିଆ ଖେଳି ପାକିସ୍ତାନ ଟିମ୍‌ ପକ୍ଷରୁ ପ୍ରତିନିଧିତ୍ଵ କରିଥିଲେ। ୧୯୮୭ରେ ଇଂଲଣ୍ଡ ବିରୋଧରେ ଲାହୋରରେ ଖେଳାଯାଇଥିବା ୩ଟିକିଆ ଟେଷ୍ଟ ସିରିଜରେ ୩୦ ଓ୍ଵିକେଟ ନେଇଥିଲେ। ଏଥିରେ ସେ ଗୋଟିଏ ମ୍ୟାଚରେ ୫୬ରନ ଦେଇ ୯ ଓ୍ଵିକେଟ ନେଇଥିଲେ। ଏହା ଥିଲା ତାଙ୍କ କ୍ୟାରିୟରର ସର୍ବଶ୍ରେଷ୍ଠ ପ୍ରଦର୍ଶନ।

Comment