ଓଡ଼ିଶାଲାଇଭ୍‌ ବ୍ୟୁରୋ 

ୱେଷ୍ଟଇଣ୍ଡିଜ୍ କ୍ରିକେଟ୍‌ ଦଳର ଦୁର୍ଦ୍ଧର୍ଷ ବ୍ୟାଟ୍ସମ୍ୟାନ୍‌ କିରଣ ପୋଲାର୍ଡଙ୍କୁ ଦଳର ଅଧିନାୟକ ଭାବେ ନିଯୁକ୍ତି ମିଳିଛି। ସେ ଦିନିକିଆ ଓ ଟି-୨୦ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ୍ ଦଳର ନେତୃତ୍ୱ ନେବେ। ତେବେ ପୂର୍ବତନ ଅଧିନାୟକ ଜେସନ ହୋଲ୍ଡର ପୂର୍ବଭଳି ଟେଷ୍ଟରେ ୱେଷ୍ଟଇଣ୍ଡିଜ୍ ଦଳର ନେତୃତ୍ୱ ନେବେ।

ପୋଲାର୍ଡଙ୍କୁ ଅଧିନାୟକ ଦାୟିତ୍ୱ ଦେବା ପରେ ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ବୋର୍ଡର ସଭାପତି କହିଛନ୍ତି, “ହୋଲ୍ଡର ଆମ ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ। ସେ ପୂର୍ବଭଳି ଟେଷ୍ଟରେ ଆମର ଅଧିନାୟକ ହୋଇରହିବେ। ତେବେ ଦିନିକିଆ ଓ ଟି-୨୦ରେ ସେ ପୋଲାର୍ଡଙ୍କ ନେତୃତ୍ୱାଧୀନ ଦଳରେ ଜଣେ ଖେଳାଳିଭାବରେ ଖେଳିବେ।”

ସେହିପରି ଅଧିନାୟକ ହେବାପରେ ପୋଲାର୍ଡ ବେଶ୍ ଖୁସି ଥିବା କହିଛନ୍ତି। ନୂଆ ଦାୟିତ୍ୱ ପାଇଁ ସେ ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ବୋର୍ଡକୁ ଧନ୍ୟବାଦ ଜଣାଇଛନ୍ତି। ବୋର୍ଡ ତାଙ୍କ ଉପରେ ଭରସା ଓ ବିଶ୍ୱାସ ଦେଖାଇଥିବାରୁ ସେ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି।

କିରନ୍ ପୋଲାର୍ଡ ୱେଷ୍ଟଇଣ୍ଡିଜ୍ ଦଳ ତରଫରୁ ୧୦୧ଟି ମ୍ୟାଚ୍ ଖେଳି ୨୨୮୯ ରନ କରିଛନ୍ତି। ସେହିପରି ଟ୍ୱେଣ୍ଟ ଟ୍ୱେଣ୍ଟିରେ ସେ ୬୨ଟି ମ୍ୟାଚ୍ ଖେଳି ୯୦୩ ରନ୍ କରିଛନ୍ତି। ୱେଷ୍ଟଇଣ୍ଡିଜ୍ ଦଳର ଜଣେ ଦକ୍ଷ ଅଲରାଉଣ୍ଡର ଭାବରେ ସେ ବେଶ ଜଣାଶୁଣା।

Comment