ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ଅଧ୍ୟକ୍ଷ ଭାବେ ଯୁବ ନେତା ଚିନ୍ମୟ ସାହୁ କାର୍ଯ୍ୟଭାର ସମ୍ଭାଳିଛନ୍ତି। ବୁଧବାର ପୂର୍ବାହ୍ନରେ ଦାୟିତ୍ୱ ଗ୍ରହଣ କରିବା ପରେ କ୍ଷୁଦ୍ର ଶିଳ୍ପ ନିଗମ ପକ୍ଷରୁ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା।

ଏହି ଅବସରରେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଓଟିଡିସି ଅଧ୍ୟକ୍ଷ ଶ୍ରୀମୟୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

କ୍ଷୁଦ୍ର ଶିଳ୍ପ ନିଗମର ପରିଚାଳନା ନିର୍ଦ୍ଦେଶକ ପ୍ରସନ୍ନ କୁମାର ଜେନା ନୂଆ ଅଧ୍ୟକ୍ଷ ଚିନ୍ମୟ ସାହୁଙ୍କୁ ସମସ୍ତଙ୍କ ସହ ପରିଚୟ କରାଇଥିଲେ।

ଏହି ଅବସରରେ ଚିନ୍ମୟ ସାହୁ କହିଛନ୍ତି, “ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ସମସ୍ତ ଦିଗକୁ ପ୍ରଧାନ୍ୟ ଦିଆଯିବା ସହ ଏହାର ଉତ୍ତୋରତର ଉନ୍ନତି ପାଇଁ ସମସ୍ତ ପଦକ୍ଷେପ ହାତକୁ ନିଆଯିବ। ରାଜ୍ୟର ଏମ୍‌ଏସ୍‌ଏମ୍‌ଇ ଶିଳ୍ପ ଦ୍ୱାରା ଉତ୍ପାଦିତ ଦ୍ରବ୍ୟର ସୁବିପଣନ, ସେମାନଙ୍କ ମାନଦଣ୍ଡ ବଢ଼ାଇବା ସହିତ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଉପରେ ଗୁରୁତ୍ୱ ଦିଆଯିବ।”

Comment