ଓଡ଼ିଶାଲାଇଭ୍‌ ବ୍ୟୁରୋ

(କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): କ୍ଵାରେଣ୍ଟିନ ସେଣ୍ଟରରେ ପ୍ରେମୀ ଯୁଗଳଙ୍କ ହେଲା ବିବାହ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ନିମାପଡ଼ା ଅଞ୍ଚଳର ଏକ କ୍ଵାରେଣ୍ଟିନ୍‌ ସେଣ୍ଟରରେ। ଦୁଇ ପ୍ରେମୀ ଯୁଗଳ ହେଲେ ନିମାପଡ଼ା ଅଞ୍ଚଳର ସୌରଭ ଦାସ ଓ ଡେଲାଙ୍ଗ ଅଞ୍ଚଳର ପିଙ୍କି ରାଣୀ ଦାସ।

ଗତ ୪ ମାସ ପୂର୍ବେ ଘର ଛାଡ଼ି ଉଭୟ ଗୁଜୁରାଟର ଅହମ୍ମଦାବାଦରେ ରହୁଥିଲେ। ସୌରଭ ଏକ ପ୍ଳାଷ୍ଟିକ କମ୍ପାନିରେ କାମ କରୁଥିଲେ। କରୋନା ଯୋଗୁଁ କମ୍ପାନି ବନ୍ଦ ହୋଇଯିବା ପରେ ଉଭଯ ଅସୁବିଧାରେ ସେଠି ରହୁଥିଲେ। ପରେ ଘରକୁ ଫେରିବାକୁ ନିଷ୍ପତ୍ତି ନେଇଥିଲେ।

ଗତ ୧୦ ତାରିଖରେ ଉଭୟ ଅହମ୍ମଦାବାଦରୁ ଫେରି ଉକ୍ତ କ୍ଵାରେଣ୍ଟିନ୍‌ ସେଣ୍ଟରରେ ରହୁଥିଲେ। ସେମାନଙ୍କ ସ୍ଵାବ ପରୀକ୍ଷା ପରେ ରିପୋର୍ଟ ନେଗେଟିଭ୍‌ ଆସିଥିଲା। ୧୫ ଦିନ ରହିବା ପରେ କ୍ଵାରେଣ୍ଟିନ ସେଣ୍ଟରରେ ସେମାନଙ୍କର ବିବାହ ହୋଇଥିଲା।

Comment