ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆରବ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇଛି। ଏହାସହ ଘନୀଭୂତ ହୋଇ ସାମୁଦ୍ରିକ ଝଡ଼ର ରୂପ ନେଇ ଏହା ସ୍ଥଳ ଭାଗ ଆଡ଼କୁ ମୁହାଁଉଛି। ଏନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ଏହି ସାମୁଦ୍ରିକ ଝଡ଼ ନିସର୍ଗ ଜୁନ୍‌ ୩ ତାରିଖରେ ମହାରାଷ୍ଟ୍ର ଓ ଗୁଜୁରାଟ ମଧ୍ୟରେ ସ୍ଥଳ ଭାଗ ଛୁଇଁପାରେ।

ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର, ଗୁଜୁରାଟ, ଗୋଆ, ଡାମନ ଡିୟୁ ଓ ଦାଦ୍ରା ନଗର ହାବେଳିରେ ସତର୍କ ସୂଚନା ଜିରା କରାଯାଇଛି। ଅନ୍ୟପକ୍ଷରେ ଏହି ସ୍ଥାନରେ ଥିବା ତଳିଆ ଅଞ୍ଚଳ ଲୋକଙ୍କୁ ସ୍ଥାନାନ୍ତର ନିର୍ଦ୍ଦେଶ ମଧ୍ୟ ଦେଇଛି ପ୍ରଶାସନ।

ସେହିପରି ବାତ୍ୟା ନିସର୍ଗର ମୁକାବିଲା ପାଇଁ ୧୦ଟି ଟିମ୍‌ ଗଠନ କରାଯାଇଛି। ଏହାସହ ୨୩ଟି ଏନ୍‌ଡିଆରଏଫ୍‌ ଟିମ୍‌ ମଧ୍ୟ ନିୟୋଜିତ ରହିଛନ୍ତି। ତେବେ ଏଭଳି ବାତ୍ୟା ମୁମ୍ଵାଇରେ ପ୍ରଥମ ଥର ହେବ ବୋଲି କୁହାଯାଉଛି।

ଏହା ସମୁଦ୍ର ମଧ୍ୟରେ ଘଣ୍ଟାରୁ ୧୧ କିଲୋମିଟର ବେଗରେ ଗତି କରୁଛି। ୨୪ ଘଣ୍ଟା ମଧ୍ୟରେ ଏହା ଘୂର୍ଣ୍ଣିବଳୟର ରୂପ ନେଇପାରେ। ଜୁନ୍‌ ୩ ତାରିଖରେ ଏହା ମହାରାଷ୍ଟ୍ର ଓ ଦକ୍ଷିଣ ଗୁଜୁରାଟ ଦେଇ ଅତିକ୍ରମ କରିବ। ଏହି ସମୟରେ ପବନର ବେଗ ୧୨୫ କିଲୋମିଟର ରହିବ। ବର୍ତ୍ତମାନ ଏହା ମୁମ୍ଵାଇଟାରୁ ୪୫୦ ଓ ଗୋଆଠାରୁ ୩୦୦ କିଲୋମିଟର ଦୂରରେ ରହିଛି।

Comment