ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାତ୍ର କୋଡ଼ିଏ ଦିନ ଭିତରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ତିନି ଗୁଣ ବଢ଼ିଛି। ଗୁରୁବାର ଦିନ ଏକାକି ୪ ହଜାର ନୂଆ କେସ ସାମ୍ନାକୁ ଆସିଛି ଯାହା ଫଳରେ କି ସରକାରଙ୍କ ବ୍ୟସ୍ତତା ବୃଦ୍ଧି ପାଇଛି। ଏବେ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୨ ହଜାର ପାଖାପାଖି ପହଞ୍ଚିଛି।

ଏପ୍ରିଲ ୨୫ରେ ଆକ୍ରାନ୍ତଙ୍କ ସଂଖ୍ୟା ମାତ୍ର ୨୭ ହଜାର ଥିଲା, ହେଲେ ୨୦ ଦିନ ଭିତରେ ଆକ୍ରାନ୍ତଙ୍କ ସଂଖ୍ୟା ୩ଗୁଣା ହୋଇଛି। ଅବଶ୍ୟ ଏହି ୮୨ ହଜାର ଭିତରୁ ୨୮ ହଜାର ପ୍ରାୟ ସୁସ୍ଥ ହୋଇଛନ୍ତି। ଏଣୁ ମାତ୍ର ୫୩ ହଜାର ମାମଲା ସକ୍ରିୟ ଅଛି ବୋଲି ଧରାଯିବ।

ଯାହା ଖବର ଆସୁଛି କରୋନା ଯୋଗୁଁ ମହାରାଷ୍ଟ୍ର ଓ ତାମିଲନାଡୁ ସନ୍ତୁଳି ହୋଇଗଲେଣି। ଗୁଜରାଟରେ ବି ଅବସ୍ଥା କିଛି କମ ନୁହେଁ। ବାହାର ରାଜ୍ୟରେ ଥିବା ଶ୍ରମିକମାନେ ଆସିବା ଫଳରେ ବିଭିନ୍ନ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆକଳନ କରାଯାଇଛି।

Comment