ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଆଜି ତୃତୀୟ ମ୍ୟାଚ ଖେଳାଯିବ। ପ୍ରଥମଥର ପାଇଁ ଅହମ୍ମଦାବାଦର ମୋଟେରା ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ। ଗୁଜୁରାଟର ମୋଟେରା ଷ୍ଟାଡିୟମ ହେଉଛି ବିଶ୍ୱର ସବୁଠାରୁ ବଡ଼ କ୍ରିକେଟ ଷ୍ଟାଡିୟମ। ବୁଧବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଦ୍‌ଘାଟନ କରିବା ପରେ ଷ୍ଟାଡିୟମରେ ଖେଳ ଆରମ୍ଭ ହେବ।

୬୩ ଏକର ଜମିରେ ନିର୍ମିତ ହୋଇଥିବା ଏହି ଗ୍ରାଉଣ୍ଡରେ ପାଖାପାଖି ୧ ଲକ୍ଷ ୧୦ ହଜାର ଦର୍ଶକ ଏକାଠି ବସି ଖେଳ ଦେଖିପାରିବେ। ମୋଟେରା ଷ୍ଟାଡିୟମରେ ୧୧ଟି ମଲ୍ଟିପୁଲ ପିଚ୍ ରହିଛି। ଏହି ଷ୍ଟାଡିୟମରେ ଆଜି ପ୍ରଥମଥର ଅନ୍ତର୍ଜାତୀୟ ମ୍ୟାଚ ଖେଳାଯିବ। ଅପରାହ୍‌ଣ ୨.୩୦ ରୁ ଆରମ୍ଭ ହେବ ଟେଷ୍ଟ ମ୍ୟାଚ। ଏହି ଟେଷ୍ଟ ଗୋଲାପି ବଲ୍‌ରେ ଖେଳାଯିବାକୁ ଥିବାରୁ ଏହାର ନାମ ପିଙ୍କ ବଲ ଟେଷ୍ଟ ମ୍ୟାଚ କୁହାଯାଉଛି। ପିଙ୍କ ବଲ୍‌ରେ ମ୍ୟାଚ ଖେଳିବାର ଅଭିଜ୍ଞତା ଇଂଲଣ୍ଡର ଥିବାବେଳେ, ଭାରତ ମାତ୍ର ଦୁଇଥର ପିଙ୍କ ବଲ୍‌ରେ ମ୍ୟାଚ ଖେଳିଛି। ତେବେ ପିଙ୍କ ବଲ୍‌ରେ ମ୍ୟାଚ ଖେଳିବା ଭାରତ ପାଇଁ ଏକ ପ୍ରକାର ଚ୍ୟାଲେଞ୍ଜ ହୋଇପାରେ ବୋଲି କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି।

ଭାରତ ଖେଳିଥିବା ପିଙ୍କ ବଲ୍ ଟେଷ୍ଟ :

୨୦୧୫ ମସିହାରୁ ଏହି ପିଙ୍କ ବଲ୍ ଟେଷ୍ଟ ମ୍ୟାଚ ଆରମ୍ଭ ହୋଇଥିଲା। ଭାରତରେ ପ୍ରଥମଥର ପାଇଁ ପିଙ୍କ ବଲ୍ ଟେଷ୍ଟ ୨୦୧୯ ନଭେମ୍ବର ମାସରେ ହୋଇଥିଲା। ଏଥିରେ ବାଂଲାଦେଶ ବିପକ୍ଷରେ ଖେଳି ବିଜୟ ହାସଲ କରିଥିଲା ଭାରତ। ଏହି ମ୍ୟାଚ କୋଲକାତା ସ୍ଥିତ ଇଡେନ ଗାଡେନ୍ସରେ ଖେଳାଯାଇଥିଲା। ଦ୍ୱିତୀୟ ପିଙ୍କ ଟେଷ୍ଟ ମ୍ୟାଚ ୨୦୨୦ ରେ କରୋନା ସମୟରେ ହୋଇଥିଲା। ଏଥିରେ ଭାରତ ବିପକ୍ଷରେ ଖେଳିଥିଲା ଅଷ୍ଟ୍ରେଲିଆ। ବୁଧବାର ୨୦୨୧ ରେ ମୋଟେରା ଷ୍ଟାଡିୟମରେ ତୃତୀୟ ମ୍ୟାଚ ହେବାକୁ ଯାଉଛି।

ଟିମ୍ ଇଣ୍ଡିଆ ସ୍କ୍ୱାର୍ଡ :

ବିରାଟ କୋହଲି(ଅଧିନାୟକ), ରୋହିତ ଶର୍ମା, ମୟଙ୍କ ଅଗ୍ରୱାଲ, ଶୁବମନ ଗିଲ୍‌, ଚେତେଶ୍ୱର ପୂଜାରୀ, ଅଜିଙ୍କ୍ୟା ରାହାନେ, କେଆର ରାହୁଲ, ହାର୍ଦିକ ପାଣ୍ଡ୍ୟା, ଋଷବ ପନ୍ଥ, ରିଦ୍ଧିମା ଶାହ, ରବିଚନ୍ଦ୍ରନ ଅଶ୍ୱିନ, କୁଳଦୀପ ୟାଦବ, ଅକ୍ସର ପଟେଲ, ଈଶାନ୍ତ ଶର୍ମା, ଉମେଶ ଯାଦବ, ଯଶପ୍ରୀତ ବୁମ୍‌ରା।

ଟିମ୍ ଇଂଲଣ୍ଡ ସ୍କ୍ୱାର୍ଡ:

ଡମ୍ ସିବ୍‌ଲେ, ଜ୍ୟାକ୍ କ୍ରଲି, ଜନି ବେୟାରଷ୍ଟୋ, ଜୋ ରୁଟ୍ (ଅଧିନାୟକ), ବେନ୍ ‌ଷ୍ଟୋକ୍ସ, ଓଲି ପୋପ୍, ବେନ୍ ଫୋକ୍ସ, ଡମ୍ ବେସ୍/କ୍ରିସ୍ ଓକ୍ସ, ଜୋଫ୍ରା ଆର୍ଚର, ଜ୍ୟାକ୍ ଲିଚ୍, ଜେମ୍ସ ଆଣ୍ଡରସନ୍।

Comment