ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ଲକଡାଉନ୍ ଯୋଗୁଁ ବାହାର ରାଜ୍ୟରେ ଫସିରହିଥିବା ପ୍ରବାସୀ ଓଡ଼ିଆ ମାନେ ଏବେ ନିଜ ନିଜ ଘରକୁ ଫେରୁଛନ୍ତି। ସେଥିପାଇଁ ମଙ୍ଗଳବାର ଗୋଟିଏ ଦିନରେ କେନ୍ଦ୍ରାପଡ଼ା ଜିଲ୍ଲାକୁ ୨,୨୨୯ ଜଣ ପ୍ରବାସୀ ଫେରିଛନ୍ତି। ଏମାନଙ୍କୁ ମିଶାଇ ଏପର୍ଯ୍ୟନ୍ତ ୧୨,୧୯୮ଜଣ ରାଜ୍ୟ ବାହାରୁ ଫେରିଥିବା ଜଣାପଡିଛି।

ପ୍ରବାସୀ ମାନଙ୍କ ପାଇଁ ଜିଲ୍ଲାରେ ୨୪୯ଟି ପଞ୍ଚାୟତରେ ମୋଟ ୧,୧୬୪ଟି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲାଯାଇଛି। ଏଥିରେ ୪୬,୮୯୨ ଶଯ୍ୟା ପ୍ରସ୍ତୁତ କରାଯାଇଛି। ସେହିପରି କେନ୍ଦ୍ରାପଡ଼ା ଓ ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ୩୪ ଟି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲାଯାଇ ୧,୯୫୨ଟି ଶଯ୍ୟା  ପ୍ରସ୍ତୁତ କରାଯାଇଛି। କେନ୍ଦ୍ରାପଡା ଜିଲ୍ଲାର ସମସ୍ତ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ୧୪୪ ଧାରା ଜାରି କରାଯାଇଛି।

ମଙ୍ଗଳବାର ଗୁଜରାଟ, ପଶ୍ଚିମବଙ୍ଗ, କେରଳ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା,କର୍ଣ୍ଣାଟକ ପ୍ରଭୃତି ରାଜ୍ୟମାନଙ୍କରୁ ପ୍ରବାସୀମାନେ କେନ୍ଦ୍ରାପଡ଼ା ଜିଲ୍ଲାକୁ ୨,୨୨୯  ଶ୍ରମିକ ଫେରିଛନ୍ତି। ଆଜି ଫେରିଥିବା ପ୍ରବାସୀଙ୍କ ମଧ୍ୟରୁ କେନ୍ଦ୍ରାପଡା ବ୍ଲକର ୧୦୭ ଜଣ, ପଟ୍ଟାମୁଣ୍ଡାଇ ବ୍ଲକର ୩୦୮ ଜଣ, ଆସିଛନ୍ତି।

ସେହିପରି ମହାକାଳପଡ଼ାର ୨୩୩ ଜଣ, ମାର୍ଶାଘାଇର ୨୩୦ ଜଣ, ରାଜନଗରର ୨୩୩ ଜଣ, ରାଜକନିକାର ୩୧୩ ଜଣ, ଆଳିର ୧୦୦ ଜଣ, ଡେରାବିଶର ୩୧୫ ଜଣ ଆସିଥିବା ବେଳେ ଗରଦପୁରରେ ସର୍ବାଧିକ ୩୯୦ ଜଣ ଆସି ପହଁଞ୍ଚିଛନ୍ତି।

Comment