ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁଁ ରାଜ୍ୟରେ ସକ୍ରିୟ ହୋଇଛି ମୌସୁମୀ। ମୌସୁମୀ ପାଇଁ ବର୍ତ୍ତମାନ ସାରା ରାଜ୍ୟରେ ବର୍ଷା ଲାଗି ରହିଛି। ତେବେ ବୁଧବାର ଓଡ଼ିଶାର ୮ଟି ଜିଲ୍ଲାରେ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭାରତୀୟ ପାଣପାଗ ବିଭାଗ ସତର୍କ ସୂଚନା ଜାରି କରିଛି।

ପାଣିପାଗ ବିଭାଗ ବିଧବାର ରାଜ୍ୟର ବାଲେଶ୍ୱର, ଭଦ୍ରକ, କଟକ, ଜୟପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା ଏବଂ ମୟୁରଭଞ୍ଜ ଜିଲ୍ଲାକୁ ସତର୍କ କରାଇଛି। ଅପରାହ୍‌ଣ ୫.୪୫ ଯାଏଁ ଏହି ଓବୁ ସ୍ଥାନରେ ଝଡ଼ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି।

Comment