ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଦକ୍ଷିଣ ଭାରତୀୟ ସିନେମାର ସୁପରଷ୍ଟାର କମଲ ହାସନଙ୍କ ଝିଅ ଶ୍ରୁତି ହାସନ ବଲିଉଡ ଇଣ୍ଡଷ୍ଟ୍ରିରେ ୧୦ ବର୍ଷ ପୂରଣ କରିଛନ୍ତି। ଶ୍ରୁତି ୨୦୦୯ ମସିହାରେ ଫିଲ୍ମ ‘ଲକ୍‌’ରେ ବଲିଉଡ ଡେବ୍ୟୁ କରିଥିଲେ। ସେହି ଫିଲ୍ମରେ ହିରୋ ଇମ୍ରାନ ଖାନ୍‌ ଥିଲେ। ହେଲେ ବକ୍ସ ଅଫିସରେ ଫିଲ୍ମଟି ଫ୍ଲପ୍ ହୋଇଥିଲା। ଶ୍ରୁତିଙ୍କର ସାଉଥ୍‌ ଫିଲ୍ମ ବେଶ ସୁପରହିଟ ହୋଇଛି।

ଫିଲ୍ମରେ ଅଭିନୟ କରିବା ସହିତ ଶ୍ରୁତି ଗୀତ ଗାଇବାରେ ମଧ୍ୟ ରୁଚି ରଖନ୍ତି। ଶ୍ରୁତି ତାଙ୍କର ୧୦ ବର୍ଷର ଫିଲ୍ମ କ୍ୟାରିୟରକୁ ନେଇ ସୋସିଆଲ ମିଡିଆରେ ପ୍ରଂଶସକଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଯେଉଁମାନେ ତାଙ୍କର ଏହି କ୍ୟାରିୟରରେ ତାଙ୍କ ସହିତ ରହିଛନ୍ତି ସେମାନଙ୍କୁ ମଧ୍ୟ ଶ୍ରୁତି ଧନ୍ୟବାଦ ଜଣାଇଛନ୍ତି। ଇଣ୍ଡଷ୍ଟ୍ରିରୁ ମୁଁ ବହୁତ କିଛି ଶିଖିଛି ବୋଲି ସେ କହିଛନ୍ତି। ଆଗକୁ ବି ଭଲ କାମ କରିବେ ଓ ଦର୍ଶକଙ୍କୁ ମନୋରଞ୍ଜନ କରାଇବେ କହିଛନ୍ତି ଶ୍ରୁତି।

Comment