ଓଡ଼ିଶାଲାଇଭ ବ୍ୟୁରୋ

ବାଲିଆପାଳ ଥାନା ଅଧିକାରୀ ପ୍ରଭୁକଲ୍ୟାଣ ଆଚାର୍ଯ୍ୟଙ୍କୁ ମାଡ଼ ମାରିବା ଘଟଣାରେ ପୋଲିସ ୧୩ଜଣଙ୍କୁ ଗିରଫ କରିଛି। ବୁଧବାର ରାତିରେ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୧୩ ଜଣଙ୍କୁ ଗିରଫ କରିଥିଲା। ବର୍ତ୍ତମାନ ସେମାନଙ୍କୁ ପଚରାଉଚରା କରାଯାଉଛି।

ଜୁଲାଇ ୨୬ ତାରିଖରେ ବାଲିଆପାଳ ନିକଟସ୍ଥ ରାଜଧାନୀ ଢାବାରୁ ଏକ ନାବାଳକ ମୃତ୍ୟୁଦେହ ଉଦ୍ଧାର କରାଯାଇଥିଲା। ପରେ ଘଟଣାର ତଦନ୍ତ ପାଇଁ ଯାଇଥିବା ବାଲିପାଳ ଆଇଆଇସିଙ୍କୁ ପିଟିଥିଲେ। ପୋଲିସକୁ ମାଡ଼ ମାରିବା ସହ ଢାବାକୁ ମଧ୍ୟ ପୋଡ଼ି ଦେଇଥିଲେ।

ଏହାପରେ ବାଲିଆପାଳ ଆଇଆଇସି ପ୍ରଭୁକଲ୍ୟାଣ ଆଚାର୍ଯ୍ୟଙ୍କୁ ଜିଲ୍ଲା ପୋଲିସ ମୁଖ୍ୟ କାର୍ଯ୍ୟାଳୟକୁ ସ୍ଥାନାନ୍ତର କରାଯାhuman rights ଇଥିଲା ଓ ତାଙ୍କ ସ୍ଥାନରେ ରେମୁଣା ଆଇଆଇସି ରଞ୍ଜିତ ନାୟକଙ୍କୁ ନିଯୁକ୍ତି କରାଯାଇଥିଲା।

ବର୍ତ୍ତମାନ ଢାବାରୁ ମିଳିଥିବା ନାବାଳକ ମୃତ୍ୟୁ ଘଟଣା ଓ ପୋଲିସକୁ ମାଡ଼ ମାରିବା ଘଟଣାରେ ହ୍ୟୁମାନ ରାଇଟ୍ସ ପ୍ରୋଟେକ୍ସନ ସେଲ(ଏଚଆରପିସି) ତଦନ୍ତ କରୁଛି।

Comment