ଓଡ଼ିଶାଲାଇଭ୍ ବ୍ୟୁରୋ

ନୂଆ ନୂଆ ସ୍ଥାନକୁ ବୁଲିଯିବା ତଥା ଦୂର ସ୍ଥାନକୁ ଯାତ୍ରା କରିବା କାହାକୁ ବା ପସନ୍ଦ ନୁହେଁ। କିନ୍ତୁ ଗାଡ଼ିରେ ସାତ୍ରା ସମୟରେ ବାନ୍ତି ହେଲେ ଯାତ୍ରାର ମଜା ଫିକା ପଡ଼ିଯାଏ। ଶରୀର ଅସୁସ୍ଥ ଲାଗିବା ସହ ଯାତ୍ରାକୁ ଉପଭୋଗ କରିପାରନ୍ତି ନାହିଁ। ବାନ୍ତି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ କିଛି ଘରୋଇ ଉପାୟ।

ଯାତ୍ରା ସମୟରେ ଆପଣ ପ୍ରତି ୧୦ ରୁ ୧୫ ମିନିଟ୍ ଗଭୀର ନିଶ୍ୱାସ ନିଅନ୍ତୁ।

ଯାତ୍ରା ପୂର୍ବରୁ କୌଣସି ଗରିଷ୍ଠ ଖାଦ୍ୟ ଖାଆନ୍ତୁ ନାହିଁ।

କାର୍‌ରେ ଯାଉଥିଲେ ଆଗ ସିଟ୍‌ରେ ବସନ୍ତୁ।

ଟ୍ରାଭେଲ କଲାବେଳେ ବହି କି କୌଣସି ପେପର ପଢ଼ନ୍ତୁ ନାହିଁ।

ଯାତ୍ରା ସମୟରେ ନିଜ ସହ ସେଓ ଜୁସ୍‌ ନେଇ ଯାଆନ୍ତୁ। ସେଓ ଜୁସ୍‌କୁ ପ୍ରତି ୧୫ରୁ ୨୦ ମିନିଟ୍ ବ୍ୟବଧାନରେ ପିଅନ୍ତୁ। ସେଓରେ ଥିବା ଆଣ୍ଟିଅକ୍ସିଡାଣ୍ଟ ବାନ୍ତି ହେବାକୁ ରୋକିଥାଏ।

ଗାଡ଼ିରେ ଯାତ୍ରା ସମୟରେ ଅଧିକ ପରଫ୍ୟୁମ୍ ବ୍ୟବହାର କରନ୍ତୁ ନାହିଁ।

Comment