ଓଡ଼ିଶାଲାଇଭ ବ୍ୟୁରୋ

ବଲିଉଡ ଅଭିନେତ୍ରୀ ଦିଆ ମିର୍ଜାଙ୍କର ଇନଷ୍ଟାଗ୍ରାମରେ ଗୋଟିଏ ପୋଷ୍ଟ ଏବେ ସବୁଠୁ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ପୋଷ୍ଟରେ ଦିଆ ଘୋଷଣା କରିଛନ୍ତି ଯେ ସେ ତାଙ୍କ ସ୍ୱାମୀ ସାହିଲ ସଂଘାଙ୍କଠାରୁ ଅଲଗା ହେଉଛନ୍ତି। ଉଭୟଙ୍କ ସହମତିରେ ଏହି ନିଷ୍ପତ୍ତି ନିଆଯାଇଥିବା ସେ ଏହି ପୋଷ୍ଟରେ ଲେଖିଛନ୍ତି।

 

View this post on Instagram

 

A post shared by Dia Mirza (@diamirzaofficial) on

ଦିଆଙ୍କ ସ୍ୱାମୀ ସାହିଲ ଜଣେ ଫିଲ୍ମ ନିର୍ମାତା। ଦିଆଙ୍କ ସହ ମିଶି ଏକ ପ୍ରଡକ୍ସନ କମ୍ପାନି ମଧ୍ୟ ଚଲଉଛନ୍ତି। ୨୦୦୯ରେ ଉଭୟଙ୍କର ଦେଖା ସାକ୍ଷାତ ହୋଇଥିଲା। ତା’ ପରେ ଧୀରେ ଧୀରେ ଦୁଇ ଜଣଙ୍କ ଭିତରେ ସଂପର୍କ ଗଢ଼ି ଉଠିଥିଲା।

୨୦୧୪ରେ ସାହିଲ ବିବାହ ପାଇଁ ଦିଆଙ୍କୁ ପ୍ରପୋଜ କରିଥିଲେ। ଦିଆ ହଁ କରିବା ପରେ ସେହି ବର୍ଷ ଉଭୟ ବିବାହ କରିଥିଲେ। ୨୦୦୯ରୁ ୨୦୧୯ – ୧୧ ବର୍ଷ ସଂପର୍କରେ ରହିବା ପରେ ଉଭୟ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି।

Comment