ଓଡ଼ିଶାଲାଇଭ ବ୍ୟୁରୋ

  • ସୋସିଆଲ ମିଡିଆରେ ଯୋଡ଼ି ହେଲା ସ୍ଵାସ୍ଥ୍ୟ ପ୍ରତିଷ୍ଠାନ।
  • ଫେସବୁକ, ଟୁଇଟର ମାଧ୍ୟମରେ କରିପାରିବେ ସ୍ଵାସ୍ଥ୍ୟ ସମ୍ପର୍କିତ ଅଭିଯୋଗ।

ଏଣିକି ସ୍ଵାସ୍ଥ୍ୟ ସେବାକୁ ଲୋକଙ୍କ ହାତମୁଠାରେ ପହଞ୍ଚାଇବାକୁ ରାଜ୍ୟ ସରକାର କରିଛନ୍ତି ନୂଆ ଯୋଜନା। ଏନେଇ ସ୍ଵାସ୍ଥ୍ୟ ବିଭାଗ ସୋସିଆଲ ମିଡିଆରେ ଯୋଡ଼ି ହୋଇଛି। ଲୋକମାନେ ସୋସିଆଲ ମିଡିଆରେ ଯାଇ ନିଜର ଅଭିଯୋଗ ଦାଖଲ କରିପାରିବେ।

୫ଟି ଗୁରୁତ୍ଵ ଦେଇ କେତକ ସରକାରୀ ଡାକ୍ତରଖାନାରେ ଟୁଇଟର ଓ ଫେସବୁକ ଆକାଉଣ୍ଟ ଖୋଲାଯାଇଛି। ପ୍ରଥମ ପର୍ଯ୍ୟାୟରେ କଟକ ଏସସିବି, ଭୁବନେଶ୍ଵର କ୍ୟାପିଟାଲ ହସପିଟାଲ, ରକ୍ତ ସୁରକ୍ଷା ନିର୍ଦ୍ଦେଶାଳୟ, କଟକ ଶିଶୁ ଭବନ, ଆଚାର୍ଯ୍ୟ ହରିହର କର୍କଟ ଗବେଷଣା କେନ୍ଦ୍ର(ଏଏଚଆରସି)ର ଫେସବୁକ ଓ ଟୁଇଟର ଆକାଉଣ୍ଟ ଖୋଲିଛି।

କଟକ ଏସସିବିର ଟୁଇଟର ଆକାଉଣ୍ଟ @scbmchctc ହୋଇଥିବାବେଳେ ଫେସବୁକ୍ https://www.facebook.com/scbmchctc ରହିଛି। କ୍ୟାପିଟାଲ ହସପିଟାଲର ଟୁଇଟର ଆକାଉଣ୍ଟ @capitalhospital4 ରହିଥିବା ବେଳେ ଫେସବୁକ୍ https://www.facebook.com/capitalhospital.bhubaneswar ଅଛି।

ରକ୍ତ ସୁରକ୍ଷା ନିର୍ଦ୍ଦେଶାଳୟର ଟୁଇଟର ଆକାଉଣ୍ଟ @odishabtc ଥିବାବେଳେ ଫେସବୁକ ଆକାଉଣ୍ଟ https://www.facebook.com/odishabloodsafety ରଖାଯାଇଛି। ଶିଶୁ ଭବନର ଟୁଇଟର @svppgip ଥିବାବେଳେ ଫେସବୁକ ଆକାଉଣ୍ଟ ହେଉଛି https://www.facebook.com/sisubhawanctc ରହିଛି। ସେହିପରି ଆଚାର୍ଯ୍ୟ ହରିହର କର୍କଟ ଗବେଷଣା କେନ୍ଦ୍ରର ଟୁଇଟର @acharyacancer ରହିଥିବାବେଳେ ଫେସବୁକ୍ https://www.facebook.com/ahrcccuttack ରଖାଯାଇଛି।

ବୁର୍ଲାସ୍ଥିତ ଭିମସାର ଓ ବ୍ରହ୍ମପୁର ଏମକେସିଜି ହସପିଟାଲର କର୍ତ୍ତୁପକ୍ଷଙ୍କୁ ତୁରନ୍ତ ସେମାନଙ୍କ ଟୁଇଟର ଓ ଫେସବୁକ ଆକାଉଣ୍ଟ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାଛଡ଼ା ଟୁଇଟର ଓ ଫେସବୁକ ଲୋକମାନଙ୍କଠୁ କୌଣସି ଅଭିଯୋଗ ପାଇଲା ମାତ୍ର ତୁରନ୍ତ ଏହାର ସମାଧାନ କରାଯିବ ବୋଲି ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି।

Comment