ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

କଳଙ୍କ ଫ୍ଲପ୍‌ ହେବା ପରେ ଅଭିନେତ୍ରୀ ସୋନାକ୍ଷୀ ପୁଣିଥରେ ବଡ଼ ପରଦାକୁ ଫେରୁଛନ୍ତି। ଶିଳ୍ପୀ ଦାସଗୁପ୍ତାଙ୍କ ଫିଲ୍ମ ‘ଖାନଦାନି ସଫାଖାନା’ ଆଜି ରିଲିଜ ହେଉଛି। ଏଥିରେ ସୋନାକ୍ଷୀଙ୍କ ସହିତ ଅଭିନେତା ବରୁଣ ଶର୍ମା, ଅନୁ କପୁର, ବାଦଶାହା, ପ୍ରିୟାଂଶୁ ଜୋରା ବି ନଜର ଆସିବେ। ଏହି ଫିଲ୍ମ ଜରିଆରେ ବାଦଶାହା ଆକ୍ଟିଙ୍ଗକୁ ଡେବ୍ୟୁ କରୁଛନ୍ତି।

ନକିଟରେ ‘ଖାନଦାନୀ ସଫାଖାନା‘ର ଦ୍ୱିତୀୟ ଟ୍ରେଲର ରିଲିଜ ହୋଇଥିଲା। ଟ୍ରେଲରକୁ ଦର୍ଶକ ଖୁବ୍ ପସନ୍ଦ କରିଥିଲେ। ସେହି ଦୃଷ୍ଟିରୁ ପ୍ରଥମ ଦିନରେ ଫିଲ୍ମଟି ଭଲ କଲେକ୍ସନ କରିବ ବୋଲି ଅନୁମାନ କରାଯାଉଛି।

ଶିଳ୍ପୀ ଦାସଗୁପ୍ତା ଫିଲ୍ମର ନିର୍ଦ୍ଦେଶନା ଦେଉଥିଲା ବେଳେ ଟି ସିରିଜ ଏହାର ପ୍ରଯୋଜନା ଦାୟିତ୍ୱରେ ଅଛନ୍ତି। ଏହାପୂର୍ବରୁ ସୋନାକ୍ଷୀଙ୍କ ଅଭିନୀତ ଫିଲ୍ମ ଥିଲା କଳଙ୍କ। ଫିଲ୍ମଟି ହିଟ୍‌ ହେବ ବୋଲି ଆଶା କରାଯାଉଥିଲା। ହେଲେ ଆଶାନୁରୂପ ଆୟ କରିପାରନଥିଲା।

Comment