ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆସନ୍ତାକାଲିଠୁ ଆରମ୍ଭ ହେବ ଟିମ୍‌ ଇଣ୍ଡିଆର ଓ୍ଵେଷ୍ଟଇଣ୍ଡିଜ ଅଭିଯାନ। ଶନିବାର ଭାରତ-ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ଟି-୨୦ ସିରିଜରୁ ଆରମ୍ଭ ହେବ ଏହି ଅଭିଯାନ। ହେଲେ ସିରିଜ୍ ପୂର୍ବରୁ ଓ୍ଵେଷ୍ଟଇଣ୍ଡିଜକୁ ଲାଗିଛି ଶକ୍ତ ଧକ୍କା। ଦଳର ଷ୍ଟାର ଅଲରାଉଣ୍ଡର ଆନ୍ଦ୍ରେ ରସେଲ ଟିମ୍‌ରୁ ବାଦ୍‌ ପଡ଼ିଛିନ୍ତି।

ଆଣ୍ଠୁରେ ଆଘାତ ଲାଗିଥିବାରୁ ରସେଲ ଭାରତ ବିପକ୍ଷ ଟି-୨୦ ସିରିଜ ଖେଳିବେ ନାହିଁ। ତାଙ୍କ ବଦଳରେ ଜାସନ ମହମ୍ମଦଙ୍କୁ ଓ୍ଵେଷ୍ଟଇଣ୍ଡିଜ ଟିମ୍‌ରେ ସାମିଲ କରାଯାଇଛି। ଶୁକ୍ରବାର ଏନେଇ ଓ୍ଵେଷ୍ଟଇଣ୍ଡିଜ କ୍ରିକେଟ୍ ଟିମ୍‌ ପକ୍ଷରୁ ସୂଚନା ଦିଆଯାଇଛି।

ଚଳିତ ବିଶ୍ୱକପ ସମୟରେ ଓ୍ଵେଷ୍ଟଇଣ୍ଡିଜ ଟିମ୍‌ର ଷ୍ଟାର ଅଲ୍‌ରାଉଣ୍ଡର ଆନ୍ଦ୍ରେ ରସେଲ ଆହତ ହୋଇପଡ଼ିଥିଲେ। ତେବେ ଏହି ସମସ୍ୟାରୁ ସେ ମୁକୁଳି ପାରିନାହାନ୍ତି। ତେଣୁ ଭାରତ ବିପକ୍ଷ ସିରିଜ୍‌ର ଫିଟନେସ୍ ପରୀକ୍ଷାରେ ରସେଲ ଉତ୍ତୀର୍ଣ୍ଣ ପାରିନାହାନ୍ତି।

Comment