ଓଡ଼ିଶାଲାଇଭ୍ ବ୍ୟୁରୋ

ପିଲାମାନେ ଯେପରି ରୋଗରେ ନ ପଡ଼ିବେ ସେଥିଲାଗି ବାପା ମା’ମାନେ ଅନେକ ଯତ୍ନ କରିଥା’ନ୍ତି। ପିଲାର ପରିଷ୍କାର ପରିଚ୍ଛନ୍ନତା ପ୍ରତି ସେମାନେ ଧ୍ୟାନ ଦିଅନ୍ତି। ପ୍ରକୃତରେ କିନ୍ତୁ ଅଧିକ ସଫାସୁତରା ରହୁଥିବା ପିଲାଙ୍କୁ କର୍କଟ ହେବାର ଆଶଙ୍କା ଅଧିକ ଥାଏ। ନିକଟରେ କରାଯାଇଥିବା ଏକ ଗବେଷଣାରୁ ଏହା ଜଣାପଡ଼ିଛି।

ଗବେଷକମାନଙ୍କ ଅନୁସାରେ ଯେଉଁ ପିଲାମାନେ ଛୁଆବେଳେ ବିଭିନ୍ନ ପ୍ରକାର ସଂକ୍ରମଣର ସାମ୍ନା କରିଥାନ୍ତି, ସେମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ। ତେଣୁ ଅଧିକାଂଶ ସମୟରେ ପିଲାଙ୍କୁ ହେଉଥିବା ଆକ୍ୟୁଟ ଲିମ୍ଫୋବ୍ଲାଷ୍ଟିକ୍ ଲ୍ୟୁକୋମିଆ ରୋଗ ସେମାନଙ୍କୁ ହେବାର ଆଶଙ୍କା କମିଯାଏ।

ସେପଟେ ଯେଉଁମାନଙ୍କ ବାପା ମା’ ସେମାନଙ୍କର ଅତ୍ୟଧିକ ଯତ୍ନ ନେଇ ପାଳିଥା’ନ୍ତି ସେଭଳି ପିଲାଙ୍କୁ ଆକ୍ୟୁଟ ଲିମ୍ଫୋବ୍ଲାଷ୍ଟିକ୍ ଲ୍ୟୁକୋମିଆ ରୋଗ ହେବାର ଆଶଙ୍କା ବଢ଼ିଯାଏ। କାରଣ ସେମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ଖୁବ୍ କମ୍ ଥାଏ। ସୂଚନାଥାଉକି, ୦-୪ ବର୍ଷ ବୟସର ପିଲାଙ୍କୁ ଆକ୍ୟୁଟ ଲିମ୍ଫୋବ୍ଲାଷ୍ଟିକ୍ ଲ୍ୟୁକୋମିଆ ଆଶଙ୍କା ରହିଥାଏ।

Comment