ଓଡ଼ିଶାଲାଇଭ୍‌ ବ୍ୟୁରୋ

ୱେଷ୍ଟଇଣ୍ଡିଜକୁ ୯୫ ରନ୍‌ରେ ରୋକିଲା ଭାରତ। ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଆଜି ଆରମ୍ଭ ହୋଇଛି ପ୍ରଥମ ଟି-୨୦ ମୁକାବିଲା। ଟସ୍‌ ଜିତି ପ୍ରଥମେ ବୋଲିଂ କରିଥିବା ଭାରତ ଚମତ୍କାର ବୋଲିଂ ପ୍ରଦର୍ଶନ କରି ୱେଷ୍ଟଇଣ୍ଡିଜ୍‌କୁ ୯୫ ରନ୍‌ରେ ରୋକିବାରେ ସକ୍ଷମ ହୋଇଛି ଭାରତ।

ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେବା ସହ ବିଜୟ ଲକ୍ଷ୍ୟରେ ବିରାଟ ବାହିନୀ ପଡ଼ିଆକୁ ଓହ୍ଲାଇଥିଲା। ଟିମ୍‌ ଇଣ୍ଡିଆର ଘାତକ ବୋଲିଂରେ ଇଣ୍ଡିଜ୍‌ ଦଳ ଘାଇଲା ହୋଇଛି। ଦଳର ପ୍ରମୁଖ ବ୍ୟାଟ୍ସମ୍ୟାନ ଜନ୍‌ କ୍ୟାମ୍ପବେଲ୍ ଓ ଏଭିନ ଲୁଇସ୍‌ ଖାତା ଖୋଲି ନପାରି ପାଭିଲିୟନ ଫେରିଥିଲେ। ଏହା ପରେ ନିକୋଲାସ୍‌ ପୁରନ୍‌ ଓ କିରନ ପୋଲର୍ଡ ଦଳର ସ୍ଥିତିକୁ ସମ୍ଭାଳିଥିଲେ।

ତେବେ ଭାରତର ଦ୍ରୁତ ବୋଲିର ନଭନୀତ ସାଇନିଙ୍କ ଘାତକ ବୋଲିଂରେ ଭୟଙ୍କର ଘାଇଲା ହୋଇଥିଲା ୱେଷ୍ଟଇଣ୍ଡିଜ୍‌। ସାଇନୀ ଦଳର ସର୍ବାଧିକ ୪ଟି ମୂଲ୍ୟବାନ ୱିକେଟ୍‌ ନେଇ ୱେଷ୍ଟଇଣ୍ଡିଜ୍‌କୁ ୯୫ ରନ୍‌ରେ ରୋକିବାରେ ସକ୍ଷମ ହୋଇଛନ୍ତି। ଏଥିସହିତ ୱେଷ୍ଟଇଣ୍ଡିଜ୍‌ ୨୦ ଓଭରରେ ୯ଟି ୱିକେଟ୍ ୯୫ ରନ୍‌ ସଂଗ୍ରହ କରିଛି।

ୱେଷ୍ଟଇଣ୍ଡିଜ୍‌ ପକ୍ଷରୁ କିରନ ପୋଲାର୍ଡ ସର୍ବାଧିକ ୪୯ ରନ୍‌ କରିଥିବା ବେଳେ ତାଙ୍କର ସାଥ ଦେଇଥିଲେ ନିକୋଲାସ୍‌ ପୁରାନ୍‌(୨୦)। ଅନ୍ୟପକ୍ଷରେ ଟିମ୍‌ ଇଣ୍ଡିଆର ନଭନୀତ ସାଇନି ୪ଟି ୱିକେଟ୍‌ ନେଇଥିବା ବେଳେ ଭୁବନେଶ୍ୱର କୁମାରଙ୍କୁ ୨ଟି ୱିକେଟ୍‌ ମିଳିଥିଲା। ବର୍ତ୍ତମାନ ଭାରତ ସାମ୍ନାରେ ୯୬ ରନ୍‌ର ବିଜୟଲକ୍ଷ୍ୟ।

Comment