ଓଡ଼ିଶାଲଇଭ ବ୍ୟୁରୋ

ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତୀୟ ଦଳ ଆଜି ମୈଦାନକୁ ଓହ୍ଲାଇବ। ଏହା ପୂର୍ବରୁ ଦଳ ଆମେରିକାରେ ପହଞ୍ଚି ଜୋରଦାର ଅଭ୍ୟାସ କରିବା ସହ ଖେଳାଳିମାନେ ପରସ୍ପର ସହ ସମୟ ବିତାଇଛନ୍ତି। ଏହି ମୂହୁର୍ତ୍ତକୁ କିଛି ଖେଳାଳି ଫୋଟ ଉଠାଇ ସୋସିଆଲ ମିଡିଆରେ ଛାଡ଼ିଛନ୍ତି। ବିରାଟ କୋହଲି ମଧ୍ୟ ଶୁକ୍ରବାର ଟୁଇଟରରେ ସାଥୀ ଖେଳାଳିଙ୍କ ସହ ଏକ ଫଟୋ ଛାଡ଼ିଛନ୍ତି।


ଏହି ଫଟୋ ଛାଡ଼ିବା ପରେ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି। ଫଟୋରେ କୋହଲିଙ୍କ ବ୍ୟତୀତ ରବିନ୍ଦ୍ର ଜାଡେଜା, ନବଦୀପ ସାଇିନି, ଖଲିଲ୍ଲ ଅହମ୍ମଦ, ଶ୍ରୟାସ ଆୟର, କୃନାଲ ପାଣ୍ଡ୍ୟା, ଭୁବନେଶ୍ଵର କୁମାର, କେଏଲ ରାହୁଲଙ୍କୁ ଦେଖିବାକୁ ମିଳିଥିଲା।

ଫଟୋରେ କୋହଲିଙ୍କ ଅନୁପସ୍ଥିତିକୁ ସହଜରେ ଗ୍ରହଣ କରିପାରିନଥିଲେ ପ୍ରଶଂସକ। ରୋହିତ କାହିଁକି ନାହାନ୍ତି ବୋଲି ବିରାଟଙ୍କୁ କମେଣ୍ଟରେ ପ୍ରଶ୍ନ କରିଛନ୍ତି କିଛି କ୍ରିକେଟପ୍ରମୀ।

ଏହାପୂର୍ବରୁ ରୋହିତଙ୍କ ସହ ଥିବା ମାତାନ୍ତର ଖବରକୁ ଖଣ୍ଡନ କରିଛନ୍ତି କୋହଲି। ତେବେ ବର୍ତ୍ତମାନ ପୁଣି ଏଭଳି ଏକ ଫଟୋ ସାମ୍ନାକୁ ଆସିବାପରେ ପ୍ରଶଂସକଙ୍କ ମଧ୍ୟରେ ଏହି ବିବାଦକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି।

LEAVE A REPLY

Please enter your comment!
Please enter your name here