ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ସୁପରହିଟ ଫିଲ୍ମ ଦଙ୍ଗଲର ନିର୍ଦ୍ଦେଶକ ନିତେଶ ତିଓ୍ୱାରି ଏବେ ନିଜ ଆଗାମୀ ଫିଲ୍ମ ‘ଛିଛୋରେ’ ସହ ବଡ଼ ପରଦାକୁ ଫେରୁଛନ୍ତି। ଆଜି ଏହି ଫିଲ୍ମର ଟ୍ରେଲର ରିଲିଜ ହୋଇଛି। ଏଥିରେ ସୁଶାନ୍ତ ସିଂ ରାଜପୁତ୍‌, ଶ୍ରଦ୍ଧା କପୁର, ବରୁଣ ଶର୍ମା, ପ୍ରତୀକ ବବ୍ବର, ତୁଷାର ପାଣ୍ଡେଙ୍କ ଭଳି କଳାକାର ମୁଖ୍ୟ ଚରିତ୍ରରେ ନଜର ଆସିଛନ୍ତି।

କଲେଜ ଓ କମେଡିରୁ ଏହାର ଟ୍ରେଲର ଆରମ୍ଭ ହୋଇଛି। ଏଥିରେ ସୁଶାନ୍ତ ଶ୍ରଦ୍ଧାଙ୍କ ପ୍ରେମରେ ପଡ଼ି ଯାଇଥିବା ଦେଖାଯାଇଛି। ଫିଲ୍ମର କାହାଣୀ କଲେଜ ଲାଇଫ୍ ଉପରେ ଆଧାରିତ ବୋଲି ଟ୍ରେଲରରୁ ସ୍ପଷ୍ଟ ଜଣାପଡ଼ୁଛି। ଅଭିନେତା ସୁଶାନ୍ତ ସିଂହ ରାଜପୁତ ଏହି ଭିଡିଓକୁ ନିଜ ଟୁଇଟରରେ ପୋଷ୍ଟ କରିଛନ୍ତି। ଫିଲ୍ମଟି ସେପ୍ଟେମ୍ବର ୬ରେ ରିଲିଜ ହେବ।

ଫିଲ୍ମର ନିର୍ଦ୍ଦେଶନା ନିତେଶ ତିଓ୍ୱାରି ଦେଉଛନ୍ତି। ଏହାପୂର୍ବରୁ ସେ ଦଙ୍ଗଲ ଫିଲ୍ମରେ ନିର୍ଦ୍ଦେଶନା ଦେଇଥିଲେ। ଏଥିରେ ଅମିର ଖାନ ମୁଖ୍ୟ ଚରିତ୍ରରେ ନଜର ଆସିଥିଲେ। ଫିଲ୍ମଟି ବକ୍ସ ଅଫିସ୍‌ରେ ହିଟ୍ ହୋଇଥିଲା।

Comment