ଓଡ଼ିଶାଲାଇଭ୍ ବ୍ୟୁରୋ

ଲିପଷ୍ଟିକ ବିନା ମହିଳାଙ୍କ ମେକ୍ଅପ୍ ଅସମ୍ପୂର୍ଣ୍ଣ। ଅନ୍ୟ ମେକ୍ଅପ୍ ପ୍ରଡକ୍ଟ ଅପେକ୍ଷା ଲିପଷ୍ଟିକକୁ ସମସ୍ତେ ଅଧିକ ଗୁରୁତ୍ୱ ଦେଇଥାନ୍ତି। କିନ୍ତୁ ଜାଣିଛନ୍ତି ଏହି ଲିପଷ୍ଟକ୍ ଲଗାଇବା ଦ୍ଵାରା ଅନେକ ପ୍ରକାର ରୋଗର ଶିକାର ହେବା ଆଶଙ୍କା ବଢ଼ିଥାଏ।

କେତେକ ମହିଳା ଅନ୍ୟର ମେକ୍ଅପ୍ ସାମଗ୍ରୀ (ବିନ୍ଦି, କାଜଲ୍, ଲାଇନର୍ ଏବଂ ଫାଉଣ୍ଡେସନ୍)ର ବ୍ୟବହାର କରନ୍ତୁ ବା ନ କରନ୍ତୁ ଲିପଷ୍ଟିକ ଲଗାଇବାକୁ କେବେ ଭୁଲନ୍ତି ନାହିଁ। କେତେଜଣ ରାତିରେ ଲିପଷ୍ଟିକ ପୋଛିବାକୁ ମଧ୍ୟ ଭୁଲିଯାଆନ୍ତି । ଯଦି ଆପଣ ଲିପଷ୍ଟିକ ବ୍ୟବହାର କରୁଛନ୍ତି ତେବେ ଏହାଦ୍ୱାରା ହେଉଥିବା କ୍ଷତି ସମ୍ପର୍କରେ ମଧ୍ୟ ଜାଣି ରଖନ୍ତୁ।

ଲିପଷ୍ଟିକରେ ନରମ ଓଠ ଶୁଖିଯିବା ସହ ତା ଚାରିକଡ଼ରେ ଆଲର୍ଜି ଦେଖାଦେଇଥାଏ। ଲିପଷ୍ଟିକରେ ବ୍ୟବହୃତ ହେଉଥିବା କେମିକାଲ୍ ଏବଂ ଧାତୁ ଯୋଗୁ କର୍କଟ ରୋଗର ଆଶଙ୍କା ରହିଥାଏ।

ଶରୀର ଉପରେ ପ୍ରଭାବ

କିଡନୀ ଫେଲ୍

ଲିପଷ୍ଟିକ ପ୍ରସ୍ତୁତି ନିମନ୍ତେ କ୍ୟାଡମିୟମ୍, ମ୍ୟାଗ୍ନେସିୟମ୍, କ୍ରୋମିୟମ୍ ଏବଂ ଆଲୁମିନିୟମ୍ ପରି ଧାତୁର ବ୍ୟବହାର କରାଯାଏ। ଯାହା ବିପଦପୂର୍ଣ୍ଣ ରୋଗ ପାଇଁ ସମସ୍ୟା ସୃଷ୍ଟି କରିଥାଏ। ଶରୀରର ଆଭ୍ୟନ୍ତରୀଣ ଅଙ୍ଗକୁ ମଧ୍ୟ ଏହା କ୍ଷତି ପହଞ୍ଚାଇଥାଏ। ଅଧିକ ମାତ୍ରାରେ କ୍ୟାଡମିୟମ୍ ଥିବାରୁ ଏହା ରୋଗ ସୃଷ୍ଟିର ବାହକ ହୋଇଥାଏ। କ୍ରମାଗତ ଲିପଷ୍ଟିକ୍ ବ୍ୟବହାର ଫଳରେ ଟ୍ୟୁମର ମଧ୍ୟ ହୋଇଥାଏ।

କ୍ୟାନସର୍ ବିପଦ

ଲିପଷ୍ଟିକରେ ଅଧିକ ସୀସା ଥିବାରୁ କର୍କଟ ପରି ମାରାତ୍ମକ ରୋଗର ଆଶଙ୍କା ମଧ୍ୟ ଥାଏ। ସ୍ତନ କର୍କଟର ଭୟ ଉପୁଜିଥାଏ। ଏହା ଯୋଗୁଁ ଶରୀରର ରୋଗ ପ୍ରତିରୋଧକ ଶକ୍ତି କମିଯାଏ। ସ୍ମୃତିଶକ୍ତି ମଧ୍ୟ ହ୍ରାସ ପାଏ। ସ୍ୱଭାବରେ ଚିଡ଼ଚିଡ଼ାପଣ ଦେଖାଯାଏ। ସୀସାରେ ନ୍ୟୁରୋ ଟକ୍ସିନ୍ ନାମକ ଏକ ତତ୍ତ୍ୱ ଥାଏ, ଯାହା ଶରୀରର ନର୍ଭ ସିଷ୍ଟମ୍ ଉପରେ ପ୍ରଭାବ ପକାଇଥାଏ। ଏହା ଦ୍ୱାରା କେତେକ କ୍ଷେତ୍ରରେ ବ୍ରେନ୍ ଡ୍ୟାମେଜ୍,ହର୍ମୋନ୍ ଅସନ୍ତୁଳନ ପରି ସମସ୍ୟା ଦେଖାଦେଇଥାଏ।

ପେଟରେ ଅଲ୍ସର୍ ଏବଂ ପକ୍ଷାଘାତ

ଲିପଷ୍ଟିକରେ ଥିବା ଆଲୁମିନିୟମ୍ ସ୍ୱାସ୍ଥ୍ୟପାଇଁ ହାନିକାରକ ହୋଇଥାଏ। ଏହା ଓଠର ସୌନ୍ଦର୍ଯ୍ୟ ଅବଶ୍ୟ ବଢ଼ାଇଥାଏ କିନ୍ତୁ ଖାଦ୍ୟ ଜରିଆରେ ପେଟ ଭିତରକୁ ଯାଇ ସମସ୍ୟା ସୃଷ୍ଟି କରିଥାଏ। ଏହି କାରଣରୁ ପେଟରେ ଅଲ୍ସର୍ ଓ ପାରାଲିସିସ୍ ଆଦି ରୋଗ ଦେଖାଦେଇଥାଏ।

ତ୍ୱଚା ପାଇଁ ହାନିକାରକ

ଲିପଷ୍ଟିକ ବ୍ୟବହାର କରିବା ଦ୍ୱାରା ତ୍ୱଚା ଉପରେ ଖରାପ ପ୍ରଭାବ ପଡ଼ିଥାଏ। ଏହାଦ୍ୱାରା ତ୍ୱଚା ଏବଂ ଆଖିରେ ଜ୍ୱଳନ, ଆଲର୍ଜି ପରି ସମସ୍ୟା ଦେଖାଦେଇଥାଏ ।

ସ୍ନାୟୁତନ୍ତ୍ର ପ୍ରଭାବିତ ହୁଏ

ଏଥିରେ ଥିବା ମ୍ୟାଗ୍ନେସିୟମ ଶରୀର ଭିତରକୁ ଅଧିକ ମାତ୍ରାରେ ଯିବା ଦ୍ୱାରା ସ୍ନାୟୁତନ୍ତ୍ର କ୍ଷତିଗ୍ରସ୍ତ ହୋଇଥାଏ ।

Comment