ଓଡ଼ିଶାଲାଇଭ୍‌ ବ୍ୟୁରୋ

ବନ୍ଧୁତା ଏକ ନିଆରା ବନ୍ଧନ। ସବୁ ସମ୍ପର୍କଠାରୁ ଏହା ଭିନ୍ନ। ସମସ୍ତଙ୍କ ଜୀବନରେ ଏହା ଗୁରୁତ୍ୱପୂର୍ଣ୍ଣ ମଧ୍ୟ। ସାରାଦେଶରେ ଆଜି ଏହି ବନ୍ଧୁ ପାଇଁ ଦିନଟିଏ ଅର୍ଥାତ୍ ଫ୍ରେଣ୍ଡସିପ୍‌ ଡେ’ ପାଳନ ହେଉଛି। ଏମିତି କିଛି ବଲିଉଡ ଫିଲ୍ମ ଏବଂ ଡାଇଲଗ ରହିଛି ଯାହା ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ଘର କରିଛି। ଫ୍ରେଣ୍ଡସିପ୍‌ ଡେ’ ଅବସରରେ ଆସନ୍ତୁ ଜାଣିବା ଏମିତି କିଛି ଲୋକପ୍ରିୟ ଡାଇଲଗ୍‌ ବିଷୟରେ।

 ‘‘ଜବ୍‌ ରାଜେସ୍ୱର ଦୋସ୍ତି ନିଭାତା ହୈ, ତୋ ଅଫ୍‌ସାନେ ଲିଖ୍ ଜାତେ ହୈ, ଔର ଜବ୍‌ ଦୁଶମନି ନିଭାତା ହୈ ତୋ ତାରିଖ୍ ବନ୍ ଜାତା ହୈ‘‘, ଏହି ଲୋକପ୍ରିୟ ଡାଇଲଗ୍‌ ଟି ଫିଲ୍ମ ସୌଦାଗରର। ଯାହାକୁ ଦର୍ଶକ ଏବେ ବି ମନେ ରଖିଛନ୍ତି।

ସେହିପରି ଫିଲ୍ମ ୩ ଇଡିଅଟର ଏକ ଡାଇଲଗ୍ ବେଶ ଲୋକପ୍ରିୟତା ହାସଲ କରିଥିଲା। ଏହି ଡାଇଲଗଟି ହେଉଛି, ‘‘ଦୋସ୍ତ ଫେଲ୍‌ ହୋଯାଏ ତୋ ଦୁଃଖ ହୋତା ହୈ, ଲେକିନ ଦୋସ୍ତ ଅଗର ଫାର୍ଷ୍ଟ ଆ ଯାଏ ତୋ ଜ୍ୟାଦା ଦୁଃଖ ହୋତା ହୈ।

ଶାହାରୁଖ ଖାନଙ୍କ ଫିଲ୍ମ ଓମ୍‌ ଶାନ୍ତି ଓମ୍‌ର ଏକ ଡାଇଲଗ୍‌ ‘‘ପିକ୍ଚର ଅଭି ଭି ବାକି ହୈ ମେରେ ଦୋସ୍ତ‘‘, ମଧ୍ୟ ଲୋକପ୍ରିୟତା ହାସଲ କରିଥିଲା।

ରଣବୀର କପୁରଙ୍କ ଅଭିନୀତ ଏକ ଡାଇଲଗ୍‌ ‘‘ପ୍ୟାର ମେ ଜୁନୁନ୍‌ ହୈ ପର୍‌ ଦୋସ୍ତି ମେ ସୁକୁନ୍‌ ହୈ’’, କୁ ବି ଦର୍ଶକ ଖୁବ ପସନ୍ଦ କରିଥିଲେ।

Comment