ଓଡ଼ିଶାଲାଇଭ୍‌ ବ୍ୟୁରୋ

 ମହିଳାଙ୍କ ସୌନ୍ଦର୍ଯ୍ୟ ବଢ଼ାଏ କେଶ। ସେଥିପାଇଁ କେଶ ପ୍ରତି ଅଧିକ ଗୁରୁତ୍ୱ ଦେବେ ନିହାତି ଦରକାର। ଫଳରେ କେଶ ସୁସ୍ଥ ଓ ସୁନ୍ଦର ରହିବ। କେଶକୁ ସୁସ୍ଥ ଓ ସୁନ୍ଦର ରଖିବା ପାଇଁ ଆପଣ କେଶ ଧୋଇବା ପୂର୍ବରୁ କିଛି ଉପାୟ ଆପଣେଇ ପାରିବେ।

  • କେଶ ଧୋଇବା ପୂର୍ବରୁ ଉଷୁମ ତେଲ ମାଲିସ୍‌ କଲେ କେଶ ନରମ ରହେ।
  • ରୁପି ସମସ୍ୟା ଥିଲେ ଜଡ଼ାତେଲରେ ଅଲିଭ୍‌ ଅଏଲ କିମ୍ବା ବାଦାମ ତେଲ ଫେଣ୍ଟି ଲଗାନ୍ତୁ। ରୁପି ସମସ୍ୟା କମିବ।
  • ସେହିପରି ବସା ଦହିରେ ଅଣ୍ଡା କେସର ଫେଣ୍ଟି  କେଶରେ ଲଗାଇ ଧୋଇ ଦିଅନ୍ତୁ। ଏମିତି କରିବା ଦ୍ୱାରା କେଶ ଝଡ଼ିବା କମିଥାଏ।
  • ମହୁ ଓ କଦଳୀ ମିଶ୍ରଣ କେଶରେ ଲଗାଇ ଧୋଇଲେ କେଶ ଅଗ ଫାଟିବା ବନ୍ଦ ହୁଏ।
  • ଲେମ୍ବୁରସ ଲଗାଇ ମଧ୍ୟ କେଶ ଧୋଇ ପାରିବେ। ଏହାଦ୍ୱାରା କେଶ ମୂଳ ଶକ୍ତ ହୋଇଥାଏ।

Comment