ଓଡ଼ିଶାଲାଇଭ୍ ବ୍ୟୁରୋ

କିଛି ଲୋକ ସମୟର ଅଭାବରୁ କେଶ ସକାଳେ ନ ଧୋଇ ରାତିରେ ଧୋଇଥାଆନ୍ତି। କିନ୍ତୁ  ରାତିରେ କେଶ ଧୋଇବା ଦ୍ୱାରା ଏହା କେଶ ପାଇଁ କ୍ଷତିକାରକ ହୋଇଥାଏ। ରାତିରେ କେଶ ଓଦା ରହିଲେ କେଶର ମୂଳ ଦୁର୍ବଳ ହୋଇଯାଏ।

ରାତିରେ କେଶ ଧୋଇବା ଫଳରେ କେଶ ଅଧିକ ସମୟ ଧରି ଓଦା ରହିଥାଏ। କେଶ ଓଦା ଥିବା ବେଳେ ଶୋଇଲେ କେଶ ଛିଣ୍ଡିବାର ଆଶଙ୍କା ଅଧିକ ଥାଏ।

ରାତିରେ କେଶ ଧୋଇବା ଫଳରେ ଏହା ଅଧିକ ଜଟ ହୋଇଯାଏ।

ରାତିରେ କେଶ ଧୋଇବା ଫଳରେ ମୁଣ୍ଡ ବିନ୍ଧା ହେବା, ମୁଣ୍ଡ ଭାରୀ ଭାରୀ ଲାଗିବା, ଥଣ୍ଡା ହେବା ଭଳି ସମସ୍ୟା ଦେଖାଦେଇଥାଏ।

କେଶ ଓଦା ଥିବାରୁ ମୁଣ୍ଡ ଥଣ୍ଡା ରହେ କିନ୍ତୁ ଶରୀର ଗରମ ରହିଥାଏ। ଫଳରେ ଥଣ୍ଡା ହେବା ସହ ମୁଣ୍ଡ ବିନ୍ଧିଥାଏ।

ଯଦି ରାତିରେ କେଶ ଧୋଉଛନ୍ତି, ତେବେ କେଶକୁ ଭଲ ଭାବରେ ଶୁଖାଇ ଶୁଅନ୍ତୁ।

Comment