ଓଡ଼ିଶାଲାଇଭ୍ ବ୍ୟୁରୋ

ସଜେଇ ହେବାପାଇଁ ସମସ୍ତେ ପସନ୍ଦ କରିଥାନ୍ତି। ସାଧାରଣତଃ ଝିଅମାନେ ନିଜର ସୁନ୍ଦରତା ଉପରେ ବେଶି ଧ୍ୟାନ ଦେଇଥାନ୍ତି। ଖରାଦିନେ ଶରୀରରୁ ଝାଳ ବୋହିବା କାରଣରୁ ଅନେକ ମେକ୍‌ଅପ୍ ନେବାକୁ ଡରିଥାନ୍ତି। ତେବେ ଖରାଦିନେ ଏମିତି କିଛି ମେକ୍‌ଅପ୍ ଟିପ୍ସ ଆପଣାନ୍ତୁ, ଯାହାଦ୍ୱାରା ଆପଣ ସୁନ୍ଦର ଦେଖାଯିବା ସହ ଅଧିକ ସମୟ ପର୍ଯ୍ୟନ୍ତ ସତେଜ ଦେଖାଯିବେ।

ବ୍ରାଇଡାଲ ମେକ୍‌ଅପ୍ ହେଉ କିମ୍ବା ଅଫିସିଆଲ୍‌, ଖରାଦିନେ ତ୍ୱଚାରେ ଅଧିକ ସୁନ୍ଦର ଆଣିଥାଏ ବ୍ରାଇଟ୍ ମେକ୍‌ଅପ୍। କିନ୍ତୁ ଅନେକ ଭାବନ୍ତି ଖରାଦିନେ ଲାଇଟ୍ ମେକ୍‌ଅପ୍ କରିବା ଭଲ। ଯଦି ଆପଣ ଅଧିକ ସୁନ୍ଦର ଦେଖାଯିବାକୁ ଚାହୁଁଛନ୍ତି, ତେବେ ତ୍ୱଚାରେ ବ୍ରାଇଟ ମେକ୍‌ଅପ୍ କରନ୍ତୁ ଏବଂ ଆଖିରେ ଲାଇଟ୍ ମେକ୍‌ଅପ୍ ଦିଅନ୍ତୁ।

ଟିପ୍ସ

  • ଖରାଦିନେ ଯେକୌଣସି ମେକ୍‌ଅପ୍ କରିବା ଆଗକୁ ପ୍ରଥମେ ସନସ୍କ୍ରିନ ବ୍ୟବହାର କରନ୍ତୁ। ଖରାକୁ ବାହାରିବାର ୩୦ମିନିଟ୍ ଆଗକୁ ସନସ୍କ୍ରିନ ଲଗାଇଲେ ଉଭୟ ଶରୀର ଓ ତ୍ୱଚା ପାଇଁ ଲାଭଦାୟକ।
  • ମେକ୍‌ଅପ୍ ପୂର୍ବରୁ ତ୍ୱଚାରେ ଆର୍ଦ୍ରତା ବଜାୟ ରଖିବା ପାଇଁ ମଶ୍ଚୁରାଇଜର ବ୍ୟବହାର କରନ୍ତୁ। ଯାହାର ସ୍କିନ ତେଲିଆ ଯୁକ୍ତ ହୋଇଥିବ, ସେମାନେ ଅଏଲ୍ ଫ୍ରି ମଶ୍ଚୁରାଇଜର ବ୍ୟବହାର କରିବେ।
  • କନସିଲରକୁ ତ୍ୱଚାର ସବୁ ଭାଗରେ ନଲାଗାଇ ଅଧିକ ଡାର୍କ ଥିବା ଅଂଶରେ ବ୍ୟବହାର କରନ୍ତୁ। ସାଧାରଣତଃ ଆଖିର ତଳ ଭାଗ ଓ ଓଠର ଉଭୟ ପାଶ୍ୱର୍ର ଚର୍ମ ଡାର୍କ ଦେଖା ଯାଇଥାଏ। ତେଣୁ ସେହି ସ୍ଥାନମାନଙ୍କରେ ବ୍ୟବହାର କରନ୍ତୁ।
  • ଏସିପିଏଫ୍ ଯୁକ୍ତ ଫାଉଣ୍ଡେସନ କିଣିବାକୁ ଚେଷ୍ଟା କରନ୍ତୁ। ଖରାଦିନେ ଅଏଲ୍ ଫ୍ରି ଫାଉଣ୍ଡେସନର ବ୍ୟବହାର କରନ୍ତୁ। ଏହାଦ୍ୱାରା ତ୍ୱଚା ଚିପ୍‌ଚିପା ଲାଗିବ ନାହିଁ।
  • କମ୍ପାକ୍ଟର ବ୍ୟବହାର ସମସ୍ତେ କରିନଥାନ୍ତି। ଖରାଦିନେ ଯେତେ କମ୍ ବ୍ୟବହାର କରିବେ, ତାହା ତ୍ୱଚା ପାଇଁ ଭଲ। କିନ୍ତୁ ଯେଉଁମାନଙ୍କର ସ୍କିନ ଅଏଲ୍ ଯୁକ୍ତ, ସେମାନେ ବ୍ୟବହାର କରିପାରିବେ।
  • ଫଙ୍କ୍‌ସନ ଓ ପାର୍ଟିରେ ଝିଅମାନଙ୍କର ଆଇ ମେକ୍‌ଅପ୍ ଅଧିକ ଆକର୍ଷଣ ଯୁକ୍ତ ହୋଇଥାଏ। କିନ୍ତୁ ଖରାଦିନେ ହାଲ୍‌କା ଆଇ ମେକ୍‌ଅପ୍ କରନ୍ତୁ। ତ୍ୱଚାରେ ବ୍ରାଇଟ୍ ମେକ୍‌ଅପ୍ ସାଙ୍ଗକୁ ଆଖିରେ ହାଲ୍‌କା ମେକ୍‌ଅପ୍ ଭଲ ଦେଖାଯିବ।

Comment