ଓଡ଼ିଶାଲାଇଭ୍ ବ୍ୟୁରୋ

ଶୀତଦିନେ ତ୍ୱଚାର ବିଶେଷ ଯତ୍ନ ନେବାକୁ ପଡ଼ିଥାଏ। ଏଥିସହ ପ୍ରସାଧନ ସାମଗ୍ରୀ ଉପରେ ମଧ୍ୟ ଧ୍ୟାନ ଦେବାକୁ ହୁଏ। କାରଣ ଏଭଳି କିଛି ସାମଗ୍ରୀ ରହିଛି ଯାହାକୁ ଶୀତଦିନେ ବ୍ୟବହାର କଲେ ତ୍ୱଚା ଶୁଷ୍କ ହେବା ସହ ବ୍ରଣ ଆଦି ସମସ୍ୟା ଦେଖାଦେଇଥାଏ।soap-3ସାବୁନର ବ୍ୟବହାର

ଶୀତଦିନେ ଥଣ୍ଡା ପବନ ବହୁଥିବାରୁ ଚ୍ୱଚା ଶୁଷ୍କ ହୋଇଯାଏ। ତେଣୁ ଚେହେରାରେ ସାବୁନ ଲଗେଇବା ଦ୍ୱାରା ତ୍ୱଚା ଆହୁରି ଶୁଖିଯାଏ। କାରଣ ସାବୁନ ବ୍ୟବହାର କରିବା ଫଳରେ ତ୍ୱଚାର ପିଏଚ୍ ସ୍ତର ପ୍ରଭାବିତ ହୋଇଥାଏ। ତେଣୁ ଏ ଦିନେ ସାବୁନ ବ୍ୟବହାର କରନ୍ତୁନାହିଁ। ଆପଣ ଚାହିଁଲେ କ୍ଲିଞ୍ଜର ବ୍ୟବହାର କରିପାରିବେ। ଏହାଦ୍ୱାରା ତ୍ୱଚା ମୁଲାୟମ ମଧ୍ୟ ରହିଥାଏ।

ପାଉଡର ଫାଉଣ୍ଡେସନ

ସୁନ୍ଦର ଦିଶିବା ସହ ଅଧିକ ସମୟ ଯାଏଁ ମେକଅପ ରହିବା ଲାଗି ମହିଳାମାନେ ପାଉଡର ଫାଉଣ୍ଡେସନ ବ୍ୟବହାର କରିଥାନ୍ତି। କିନ୍ତୁ ଶୀତଦିନେ ଏଭଳି ଫାଉଣ୍ଡେସନ ବ୍ୟବହାର କରନ୍ତୁନାହିଁ। କାରଣ ପାଉଡର ଫାଉଣ୍ଡେସନ ତ୍ୱଚାର ତୈଳାଂଶକୁ ଶୋଷି ନେଇଥାଏ। ଫଳରେ ତ୍ୱଚା ଶୁଷ୍କ ହୋଇଯାଏ।ଆଲକୋହଲଯୁକ୍ତ ଟୋନର

ତ୍ୱଚାକୁ ସଫା ରଖିବା ପାଇଁ ଟୋନର ବ୍ୟବହାର କରାଯାଏ। ତେବେ ଅନେକ ଟୋନର ଆଲକୋହଲଯୁକ୍ତ ହୋଇଥାଏ। ଏଭଳି ଟୋନରକୁ ଶୀତଦିନେ ବ୍ୟବହାର କରିବା ଦ୍ୱାରା ତ୍ୱଚାଜନିତ ସମସ୍ୟା ସୃଷ୍ଟି ହୋଇଥାଏ। ତେଣୁ ଶୀତଦିନେ ଆଲକୋହଲ ନଥିବା ଟୋନର ବ୍ୟବହାର କରନ୍ତୁ।

Comment