ଓଡ଼ିଶାଲାଇଭ୍ ବ୍ୟୁରୋ

ସୁନ୍ଦର ଦେଖାଯିବା ପାଇଁ ପ୍ରତ୍ୟେକ ଲୋକ କିଛି ନା କିଛି ଉପାୟ ଆପଣେଇଥାନ୍ତି। ସେ ଘରୋଇ ଉପାୟରେ ହେଉ ବା କୌଣିସି ବ୍ୟୁଟି ପ୍ରଡକ୍ଟସ୍ ବ୍ୟବହାରି କରି ହେଉ। କେମିତି ସୁନ୍ଦର ଦେଖାଯିବେ ସେନେଇ ଉଭୟ ପୁରୁଷ ଓ ମହିଳା ଚିନ୍ତାରେ ଥାଆନ୍ତି।

ତେବେ ଯଦି ଆପଣ ପ୍ରାକୃତିକ ଉପାୟରେ ସୁନ୍ଦର ଦେଖାଯିବାକୁ ଚାହୁଁଛନ୍ତି ତେବେ ରାତିରେ ଶୋଇବା ପୂର୍ବରୁ କିଛି ଟିପ୍ସ ଆପଣେଇ ନିଅନ୍ତୁ।

ଶରୀରକୁ ପରିଷ୍କାର ରଖନ୍ତୁ

ଶୋଇବା ପୂର୍ବରୁ ଭଲ ଭାବେ ଗାଧୋଇକି ବା ଧୋଇ ହୋଇ ଶୋଇଲେ ଶରୀରରେ ଥିବା ଜୀବାଣୁ କୀଟାଣୁ ନଷ୍ଟ ହୋଇଯାଆନ୍ତି। ଯାହାଫଳରେ ସକାଳେ ତ୍ଵଚାରେ ଚମକ ଦେଖାଯାଏ।

ହଳଦୀ ମିଶ୍ରିତ କ୍ଷୀର ପିଅନ୍ତୁ

ପ୍ରତିଦିନ ଶୋଇବା ପୂର୍ବରୁ ହଳଦୀ ମିଶ୍ରିତ କ୍ଷୀର ପିଇବା ଦ୍ଵାରା ଶରୀରରେ ଥିବା ବିଷାକ୍ତ ପଦାର୍ଥ ନଷ୍ଟ ହୋଇଯାଇଥାଏ। ଏହା ଶରୀରରେ ରକ୍ତକୁ ସଫା କରିଥାଏ। ଫଳରେ ତ୍ଵଚାରେ ଚମକ ଦେଖାଯାଇଥାଏ।

ବ୍ରଶ କରି ଶୁଅନ୍ତୁ

ରାତିରେ ଶୋଇବା ପୂର୍ବରୁ ବ୍ରଶ କରି ଶୁଅନ୍ତୁ। ରାତି ଖାଇବା ପରେ ଯଦି ବ୍ରଶ କରି ନଶୁଅନ୍ତି ତେବେ ରାତିସାରା ଖାଦ୍ୟ ଦାନ୍ତରେ ଲାଗି ରହିଥାଏ। ଫଳରେ ଦାନ୍ତରେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଯାଇଥାଏ। ସୁନ୍ଦର ଦେଖାଯିବା କ୍ଷେତ୍ରରେ ଦାନ୍ତର ଗୁରୁତ୍ଵପୂର୍ଣ୍ଣ ଭୂମିକା ଥାଏ। ସେହିପରି ଶୋଇବା ପୂର୍ବରୁ ଶରୀରରେ ମଶ୍ଚରାଇଜର ଲଗାଇ ଶୋଇଲେ ମଧ୍ୟ ତ୍ଵଚାରେ ଚମକ ଆସିଥାଏ। ଯାହଫଳରେ ଆପଣ ସୁନ୍ଦର ଦେଖାଯିବେ।

Comment