ଓଡ଼ିଶାଲାଇଭ୍ ବ୍ୟୁରୋ

eyebrows

ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି କରିବାରେ ଆଇବ୍ରୋର ରହିଛି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା। ସୁନ୍ଦର ଏବଂ ଘନ ଆଇବ୍ରୋ ମପଖ ମଣ୍ଡଳର ଶୋଭା ବଢ଼ାଇଥାଏ। ତେବେ କିଛି ଜଣଙ୍କ ମୋଟା ଆଇବ୍ରୋ ଥାଏ ତ ଆଉ କାହାର ପତଳା। ତେବେ ଆଇବ୍ରୋ ବଢ଼ାଇବା ପାଇଁ ବିଭିନ୍ନ ପ୍ରକାର ଚେଷ୍ଟା ଚଳାଇଥାନ୍ତି ମହିଳାମାନେ। କିନ୍ତୁ ଆଜି ଆମେ କହିବୁ କମ ସମୟରେ ଆଇବ୍ରୋ ବଢ଼ାଇବାର ସହଜ ଓ ସରଳ ଟିପ୍ସ।

CGU new

ଆସନ୍ତୁ ଜାଣିବା କମ ସମୟ ମଧ୍ୟରେ ଘରୋଇ ଉପାୟରେ ନିଜର ଆଇବ୍ରୋ କିପରି ବଢ଼ାଇ ପାରିବେ।

drinking_cup_of_water

-ସବୁଦିନ ଯଥେଷ୍ଟ ପରିମାଣରେ ପାଣି ପିଇବା ଆବଶ୍ୟକ। ପାଣି ପିଇବା ଦ୍ୱାରା ଶରୀରରେ ଥିବା ବିଷାକ୍ତ ପଦାର୍ଥ ବାହାରିଯାଇଥାଏ। ଏହି ପଦାର୍ଥ ଶରୀରରେ ରହିଲେ କେଶର ବୃଦ୍ଧି ଉପରେ ପ୍ରଭାବ ପକାଇଥାଏ।

castor oil-1

-ଆଇବ୍ରୋ ବୃଦ୍ଧି ସବୁଠାରୁ ଭଲ ଉପାୟ ହେଉଛି ଜଡ଼ା ତେଲ ଲଗାଇବା। ଏଥିରେ ରହିଛି ପ୍ରୋଟିନ୍, ଭିଟାମିନ୍, ଫ୍ୟାଟି ଏସିଡ୍ ଯାହକୁ ଆଇ ବ୍ରୋରେ ଲଗାଇବା ଦ୍ୱାରା ଅତିଶୀଘ୍ର କେଶ ବଢ଼ିଥାଏ। ଶୋଇବା ପୂର୍ବରୁ ଦୁଇରୁ ତିନି ମିନିଟ୍ ସମାଜ କରି ରଖିଦିଅନ୍ତୁ  ଏବଂ ସକାଳୁ ଉଠି ଧୋଇଦିଅନ୍ତୁ। ଯଥାଶୀଘ୍ର ଏହାର କମାଲ ଦେଖିବାକୁ ମିଳିବ।

coconut oil

-ଆଇବ୍ରୋ ପ୍ରତିଦିନ ଶୋଇବା ପୂର୍ବରୁ ନଡ଼ିଆ ତେଲ ମଧ୍ୟ ମାଲିସ୍ କରିପାରିବେ। ଏଥିରେ ଥିବା ଭିଟାମିନ୍ ଇ ଏବଂ ଆଇରନ ଯାହା ଆଇବ୍ରୋ ବଢ଼ିବାରେ ସାହାଯ୍ୟ କରେ।

aloe vera

-ଏଲୋବେରା ଜେଲ୍ ବା ଜୁସ୍ ଆଇ ବ୍ରୋ ବଢ଼ାଇବା ପାଇଁ ବେଶ୍ ଲାଭଦାୟୀ। ଏଲୋବେରାର ଜୁସକୁ କିଛି ସମୟ ଆଇବ୍ରୋରେ ମାଲିସ୍ କରିବା ପରେ ଧୋଇଦିଅନ୍ତୁ।

onion juice

-ପିଆଜ ରସ ମଧ୍ୟ ହେୟାର ଗ୍ରୋଥ୍ ପାଇଁ ବେଶ୍ ଉପକାରୀ। ଏହା ରକ୍ତ ସଞ୍ଚାଳନ ଭଲ କରେ। ପିଆଜ ରସକୁ ପ୍ରତିଦିନ ଆଇବ୍ରୋରେ ଲଗାଇ ମସାଜ୍ କରନ୍ତୁ ଏବଂ ପାଞ୍ଚ ମିନିଟ୍ ପରେ ଧୋଇଦିଅନ୍ତୁ। ଏପରି କରିବା ଦ୍ୱାରା ଆଇବ୍ରୋ ଜଲଦି ବଢ଼ିଥାଏ।

Comment