ଓଡ଼ିଶାଲାଇଭ୍ ବ୍ୟୁରୋcoconut oil

ନଡ଼ିଆ ହେଉଛି ଏକ ବହୁଗୁଣର ଅଧିକାରୀ ବିଶିଷ୍ଟ ଫଳ। ନଡ଼ିଆ ତେଲ କେଶ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥିବା ବେଳେ ନଡ଼ିଆ ପାଣି ତ୍ୱଚାରୁ ଦାଗ, ବ୍ରଣ ଆଦି ଦୂର କରିବାରେ ବ୍ୟବହାର କରାଯାଏ। ଏହା ତ୍ୱଚାକୁ ଉଜ୍ଜଳ କରିଥାଏ। ଏହା ବ୍ୟତୀତ ଶରୀରର ବିଭିନ୍ନ ସମସ୍ୟା ଦୂର କରିବାରେ ମଧ୍ୟ ସାହାଯ୍ୟ କରିଥାଏ।

ନଡ଼ିଆର ଉପକାରିତା

  • ନଡ଼ିଆ ତେଲ କେଶକୁ ପୋଷଣ ଯୋଗାଇବା ସହ ଏହାକୁ ମଜବୁତ କରିଥାଏ। ଏହି ତେଲକୁ ଆପଣ ନିଜ ତ୍ୱଚାରେ ମଧ୍ୟ ବ୍ୟବହାର କରିପାରିବେ। ଏହା ତ୍ୱଚାର ଶୁଷ୍କତା ଦୂର କରିଥାଏ। ଏହା ପ୍ରକୃତିକ ମସ୍ଚରାଇଜର ଭାବେ କାମ କରେ।
  • କେଶରେ ନଡ଼ିଆ ତେଲ ମାଲିସ୍ କରିବା ଦ୍ୱାରା ଏହା କେଶ ମୂଳକୁ ଶକ୍ତ କରିବା ସହ କେଶରେ ମଧ୍ୟ ଚମକ ଆଣିଥାଏ।
  • ଶରୀରରେ ସିଲେନିୟମର ମାତ୍ରା କମ ଥିଲେ ମୁହଁରେ ଦାଗ ତଥା ବ୍ରଣ ବାହାରିଥାଏ। ତେବେ ନଡ଼ିଆ ପାଣିରେ ଭରପୂର ସିଲେନିୟମ ଥାଏ। ଏହାକୁ ପିଇଲେ ମୁହଁରୁ ଦାଗ ଓ ବ୍ରଣ ଦୂର ହୁଏ। ଏଥିରେ ଥିବା ଭିଟାମିନ୍ ବି ବ୍ରଣ ଭଲ କରିବାରେ ସାହାଯ୍ୟ କରେ।
  • ନଡ଼ିଆ ପାଣିରେ ଥାଏ ଇଲେକ୍ଟ୍ରୋଲାଇଟ୍ସ୍ ଯାହା ଶରୀରକୁ ଡିହାଇଡ୍ରେଟ୍ ହେବାକୁ ଦିଏ ନାହିଁ। ସାଧାରଣ ଜଳଠାରୁ ନଡ଼ିଆ ପାଣି ଡିହାଇଡ୍ରେସନ୍ ପାଇଁ ଅଧିକ ଲାଭଦାୟୀ।
  • ନଡ଼ିଆ ପାଣିରେ ଥିବା ଫ୍ୟାଟି ଏସିଡ୍ ତ୍ୱଚାରେ ଚମକ ଆଣିଥାଏ। ଆପଣ ଏହାକୁ ଟୋନର ଭାବେ ମଧ୍ୟ ବ୍ୟବହାର କରିପାରିବେ।

LEAVE A REPLY

Please enter your comment!
Please enter your name here