ଓଡ଼ିଶାଲାଇଭ୍ ବ୍ୟୁରୋgreen tea face spray

ଖରାଦିନେ ଅଧିକ ତାପମାତ୍ରା କାରଣରୁ ମଣିଷ ଶରୀରରେ ଅତ୍ୟଧିକ ଝାଳ ବାହାରିଥାଏ। ଝାଳ ପାଇଁ ଅନେକଙ୍କ ତ୍ୱଚା ସମସ୍ୟା ଦେଖା ଦେଇଥାଏ। ପୋଷକ ତତ୍ତ୍ୱର ଓ ସଠିକ୍ ଯତ୍ନର ଅଭାବରୁ ତ୍ୱଚା ମଳିନ ଦେଖା ଯାଇଥାଏ। ତେଣୁ ଅନେକ ନିଜ ତ୍ୱଚାକୁ କ୍ଲିନ ଓ ଚମକଦାର କରିବା ପାଇଁ ଘରୋଇ ଉପାୟ ସବୁ ଆପଣାଇଥାନ୍ତି। ଏହି ଉପାୟରେ ଗ୍ରୀନ ଟି ଫେସ୍ ସ୍ପ୍ରେ’କୁ ସାମିଲ କରିପାରିବେ। ଏହାର ବ୍ୟବହାର ଦ୍ୱାରା ତ୍ୱଚାରେ କୌଣସି ଦାଗ କିମ୍ବା ତ୍ୱଚା ମଳିନ ପଡ଼ି ନଥାଏ।

କିପରି ପ୍ରସ୍ତୁତ କରିବେ ଫେସ୍ ସ୍ପ୍ରେ

ପ୍ରଥମେ ପ୍ୟାନରେ ପାଣି ଗରମ କରନ୍ତୁ। ଏହାପରେ ଏଥିରେ ଗ୍ରୀନ ଟି ବ୍ୟାଗ୍ ପକାଇ ୨୦ ମିନିଟ୍ ଯାଏଁ ଛାଡ଼ିଦିଅନ୍ତୁ। ପରେ ଏଥିରେ ଭିଟାମିନ୍ ଇ କ୍ୟାପସୁଲ୍ ପକାନ୍ତୁ। ଏହାକୁ ଭଲ ଭାବରେ ମିଶାଇ ଦିଅନ୍ତୁ।

ଏହାକୁ ଏକ ସ୍ପ୍ରେ ବୋତଲରେ ଭର୍ତ୍ତି କରି ଥଣ୍ଡା ହେବା ପାଇଁ ଫ୍ରିଜରରେ ରଖିଦିଅନ୍ତୁ। ଏହି ସ୍ପ୍ରେକୁ ରାତିରେ ଶୋଇବା ପୂର୍ବରୁ ବା ସକାଳୁ ମୁହଁ ଧୋଇବା ପରେ ବ୍ୟବହାର କରିପାରିବେ।

ଏହି ମିଶ୍ରଣକୁ ପ୍ରତିଦିନ ମୁହଁରେ ସ୍ପ୍ରେ କରିବା ଦ୍ୱାରା ମୁହଁରୁ ଦାଗ ଓ ବ୍ରଣ ଆଦି ଦୂର ହୋଇଥାଏ। ଏହା ଚେହେରାର ଚମକ ବଢ଼ାଇଥାଏ।ଏହାର ବ୍ୟବହାର ଦ୍ୱାରା ତ୍ୱଚା ହାଇଡ୍ରେଟ୍ ରହିବା ସହ ଇନଫେକ୍ସନ, ଏଲର୍ଜି ଆଦିର ଭୟ ନଥାଏ।

Comment