ଓଡ଼ିଶାଲାଇଭ୍ ବ୍ୟୁରୋ

summer drinksନିଜକୁ ଫିଟ୍ ରଖିବା ପାଇଁ ଏକ ଷ୍ଚ୍ରିକ୍ଟ ଏକ୍ସସରସାଇଜ ରୁଟିନର ପାଳନ କରିବା ସେତିକି ମହତ୍ତ୍ଵପୂର୍ଣ୍ଣ ଅଟେ, ଯେତିକି ଠିକ ଜିନିଷ ଖାଇବା ଏବଂ ପିଇବା। କିନ୍ତୁ ଆମେ ଦୁଇଟି ଯାକରେ ସଠିକ ଭାବେ ସନ୍ତୁଳନ ରଖିନଥାଉ। ତେଣୁ ଏହାର କ୍ଷତି ଆମକୁ ହିଁ ଉଠାଇବାକୁ ପଡିଥାଏ। ଓଜନ କମ କରିବା ପାଇଁ ଆମକୁ ଆମର ଖାଇବା ଅଭ୍ୟାସ ପ୍ରତି ସତର୍କ ରହିବା ଜରୁରୀ ଅଟେ। ଆପଣ ଆପଣଙ୍କର ଦିନର ଆରମ୍ଭ ଏକ ଭଲ ଗରମ ପାନୀୟ ଦ୍ଵାରା କରିପାରିବେ ଯାହାକି ଅଣ୍ଟାର ଆଖପାଖ ଚର୍ବିକୁ କମ କରିବାରେ ସାହାଯ୍ୟ କରିପାରିବ। ଏମିତି କେତେକ ଡ୍ରିଙ୍କସ ଅଛି ଯାହାକି ଫ୍ୟାଟ କମାଇବାରେ ସାହାଯ୍ୟ କରିଥାଏ।ଉଷୁମ ପାଣିରେ ଲେମ୍ବୁ ଆଉ ମହୁ ମିଶାଇ ପିଇପାରିବା

ଓଜନ କମ କରିବାରେ ମହୁ, ଲେମ୍ବୁ ଏବଂ ଉଷୁମ ପାଣି ଫାଇଦା ଦେଇଥାଏ। ଏଥିରେ ବ୍ୟବହୃତ ଲେମ୍ବୁ ଭିଟାମିନ –ସି ରେ ଭରପୂର ହୋଇଥାଏ ଏବଂ ଏହା ଶରୀରର ମେଟାବୋଲିଜିମ ବଢାଇଥାଏ ଏବଂ ଓଜନ କମ କରିଥାଏ। ଲେମ୍ବୁରେ ପେକିଟିନ ନାମକ ଫାଇବର ରହିଥାଏ। ଉଷୁମ ପାଣି, ମହୁ ଏବଂ ଲେମ୍ବୁ ମିଶି କ୍ଷାରର ନିର୍ମାଣ କରିଥାଏ। ଯାହାଦ୍ଵାରା ଓଜନ କମ ହୋଇଥାଏ। ଏହି ତିନୋଟି ମିଶି ହଜମ କ୍ରିୟାକୁ ବଢାଇଥାଏ।ମେଥି ପାଣି

ମେଥି ପାଣିରେ ପୋଷକ ତତ୍ତ୍ଵ ଭରପୂର ହୋଇଥାଏ। ଏହା ଓଜନ କମ କରିବାରେ ସାହାଯ୍ୟ କରିବା ସହ ବ୍ଲଡ ସୁଗର ସ୍ତରକୁ ନିୟନ୍ତ୍ରଣ କରିଥାଏ। ଲିଭରର ହେଲଥ ଏବଂ ମେଟାବୋଲିଜିମକୁ ବୁଷ୍ଟ କରିଥାଏ। ମେଥି ଶରୀରକୁ ଗରମ ରଖିଥାଏ। ଫଳରେ ଫ୍ୟାଟ ଲସ ହୋଇଥାଏ। ଖାଲି ପେଟରେ ସକାଳୁ ମେଥି ପାଣି ପିଇବା ଦ୍ଵାରା ଶରୀରରେ ଥିବା ବିଷାକ୍ତ ତତ୍ତ୍ଵ ବି ବାହାରକୁ ଆସିଯାଇଥାଏ। ଏହା ଦ୍ଵାରା ହଜମ କ୍ରିୟାକୁ ବୃଦ୍ଧି କରାଇବା ସହିତ ହେଲଦି ସ୍କିନ ଏବଂ ପେଟର ଅନେକ ସମସ୍ୟାରୁ ମୁକ୍ତି ଦେଇଥାଏ।

ଜିରା ପାଣି

ଜିରା ପାଣି ପିଇବା ଦ୍ଵାରା ଏହା ଖାଇବାର ସ୍ଵାଦକୁ ବୃଦ୍ଧି କରାଇଥାଏ। ତେଣୁ ଓଜନ କମ କରିବା ପାଇଁ ଜିରା ପାଣି ଏକ ଭଲ ଅପସନ ଅଟେ। ସକାଳୁ ଖାଲି ପେଟରେ ଜିରା ପାଣି ପିଇବା ଦ୍ଵାରା ଓଜନ ହ୍ରାସ ହୋଇଥାଏ। ଯଦି ଆପଣ ପେଟର ଚର୍ବିକୁ କମ କରିବାକୁ ଚାହାଁନ୍ତି ତା ହେଲେ ଜିରାର ବ୍ୟବହାର ବହୁତ ଫାଇଦା ଦେଇଥାଏ। ହେଲଥ ଏକ୍ସପର୍ଟଙ୍କ କହିବା ଅନୁସାରେ ପ୍ରତିଦିନ ଖାଲି ପେଟରେ ଜିରା ପାଣି ପିଇବା ଦ୍ଵାରା ୨୦ ଦିନରେ ଓଜନ କମ ହେବାରେ ଲାଗିଥାଏ।ଗ୍ରୀନ ଟି ଏବଂ ପୋଦିନା ପତ୍ର ପାଣି

ଗ୍ରୀନ ଟି ଏବଂ ମିଣ୍ଟ-ଗ୍ରୀନ ଟି ଏବଂ ପୋଦିନାପତ୍ର ଆଣ୍ଟିଅକ୍ସିଡେଣ୍ଟ ଗୁଣରେ ଭରପୂର ହୋଇଥାଏ। ଏହି ଦୁଇଟି ଶକ୍ତିଶାଳୀ ସାମଗ୍ରୀର ମିଶ୍ରଣ ଆପଣଙ୍କର ଓଜନ କମ କରିବାରେ ବହୁତ ବଡ ବୁଷ୍ଟର ଅଟେ। ଏଥିରେ କ୍ୟାଲୋରୀର ମାତ୍ରା ବହୁତ କମ ହୋଇଥାଏ। ଯାହାକି ଯେକୌଣସି ସମୟରେ ହେବାକୁ ଥିବା ଭୋକକୁ ନଷ୍ଟ କରିଥାଏ। ତା ସହିତ ହଜମ କ୍ରିୟାକୁ ବି ଠିକ କରିଥାଏ। ଯେଉଁମାନେ ଚାଲିଥାନ୍ତି ସେମାନଙ୍କ ପାଇଁ ଗ୍ରୀନ ଟି ଏବଂ ପୋଦିନା ପତ୍ରର ପାଣି ପିଇବା ପାଇଁ ପରାମର୍ଶ ଦିଆଯାଇଥାଏ।ଅଦା ଏବଂ ଲେମ୍ବୁ

ଅଦା ଏବଂ ଲେମ୍ବୁର ମିଶ୍ରଣ ସ୍ଵାସ୍ଥ୍ୟ ପକ୍ଷେ ବହୁତ ଫାଇଦା ହୋଇଥାଏ। ଯେବେ ଆପଣ ଏହାର ସେବନ କରିଥାନ୍ତି, ଅଦା ଯୋଗୁଁ ଆପଣଙ୍କୁ ଭୋକ ଲାଗିନଥାଏ ଦ୍ଵିତୀୟରେ, ଲେମ୍ବୁ ଇନସୁଲିନ ପ୍ରତିରୋଧ କ୍ଷମତାକୁ ବଢାଇବା ସହିତ ଶରୀରରେ ଫ୍ୟାଟର ମାତ୍ରାକୁ କମ କରିଥାଏ। ଏହି ଦୁଇଟିକୁ ଏକା ସାଙ୍ଗରେ ସେବନ କରିବା ଦ୍ଵାରା ମେଟାବୋଲିଜିମ ଭଲଭାବରେ କାମ କରିଥାଏ। ଯାହାଦ୍ଵାରା ଓଜନ କମ କରିବାରେ ସହାୟତା ମିଳିଥାଏ।

Comment