ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୋଦି ସରକାରଙ୍କ ଐତିହାସିକ ଘୋଷଣା। ସୋମବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଜମ୍ମୁ କଶ୍ମୀରରେ ଧାରା ୩୭୦କୁ ଉଚ୍ଛେଦ କରିବା ପାଇଁ ରାଜ୍ୟସଭାରେ ପ୍ରସ୍ତାବ ଦେଇଛନ୍ତି। ଏହା ବ୍ୟତୀତ ଜମ୍ମୁ କଶ୍ମୀରଠାରୁ ଲଦାଖକୁ ଅଲାଗ କରି ଉଭୟଙ୍କୁ କେନ୍ଦ୍ରଶାସିତ ଅଞ୍ଚଳ ଭାବେ ଘୋଷଣା କରାଯାଇଛି।

ଏହି ଘୋଷଣା ପରେ ବର୍ତ୍ତମାନ ଜମ୍ମୁ କଶ୍ମୀରରେ ଆଇନ୍‌ ବ୍ୟବସ୍ଥା ବିଗିଡ଼ିବାର ଆଶଙ୍କା କରାଯାଉଛି। ଏନେଇ ସରକାର ଭାରତୀୟ ସ୍ଥଳସେନା ଏବଂ ବାୟୁସେନାକୁ ହାଇ ଆଲାର୍ଟ ଜାରି କରିଛନ୍ତି। ଓଡ଼ିଶା, ଉତ୍ତର ପ୍ରଦେଶ, ଆସାମ ଓ ଦେଶର ବିଭିନ୍ନ ସ୍ଥାନରୁ ପାଖାପାଖି ୮ ହଜାର ପାରାମିଲିଟାରୀ ଟ୍ରୁପ୍‌ଙ୍କୁ କଶ୍ମୀର ପଠାଯାଇଛି।

ସୂଚନା ମୂତାବିକ, ଜମ୍ମୁ କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ହାଇ ଆଲର୍ଟ ଜାରି କରାଯାଇଛି। ଯେକୌଣସି ପରିସ୍ଥିତି ପାଇଁ ସେନାଙ୍କୁ ପ୍ରସ୍ତୁତ ରହିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ସିଆରପିଏଫ୍ ଓ କେନ୍ଦ୍ର ସୁରକ୍ଷା ଏଜେନ୍ସିଙ୍କୁ ସତର୍କ ରହିବା ପରାମର୍ଶ ଦେଇଛନ୍ତି।

ବର୍ତ୍ତମାନ ସ୍ଥିତି ଜମ୍ମୁ କଶ୍ମୀରର ଆଇନ୍‌ ଶୃଙ୍ଖଳା ବ୍ୟବସ୍ଥା ଉପରେ ପ୍ରଭାବ ପକାଇବା ଲକ୍ଷ୍ୟ କରାଯାଉଛି। ତେବେ କେବଳ ଜମ୍ମୁ କଶ୍ମୀର ନୁହେଁ ଦେଶର ସମସ୍ତ ରାଜ୍ୟକୁ ଆଲର୍ଟ ରହିବା ପାଇଁ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି।

Comment