ଓଡ଼ିଶାଲାଇଭ୍ ବ୍ୟୁରୋ

କୋଇଲା ମନ୍ତ୍ରାଳୟ ପକ୍ଷରୁ ଦେଶର ୨୭ଟି କୋଇଲା ଖଣି ନିଲାମ ଏବଂ ୧୫ଟି କୋଇଲା ଖଣି କେନ୍ଦ୍ର ଓ ରାଜ୍ୟର ରାଷ୍ଟ୍ରାୟତ କୋଇଲା ଖଣିକୁ ଆବଣ୍ଟନ କରାଯିବା ପ୍ରକ୍ରିୟା ଆରମ୍ଭ ହୋଇଛି। କୋଇଲା ଖଣି ନିଲାମର ଲକ୍ଷ୍ୟ ଅନୁଯାୟୀ ସରକାର ୨୧ଟି କୋଇଲା ଖଣିକୁ ଅନିୟନ୍ତ୍ରିତ କ୍ଷେତ୍ର ଏବଂ ୬ଟି କୋଇଲା ଖଣିକୁ ଲୌହ ଏବଂ ଇସ୍ପାତ କ୍ଷେତ୍ରର ଉପଯୋଗ ପାଇଁ ନିଲାମ କରିବା ଆରମ୍ଭ କରିଛନ୍ତି।

୫ଟି କୋଇଲା ଖଣି ବିଦ୍ୟୁତ କ୍ଷେତ୍ର, ୯ଟି ଖଣି କୋଇଲା ବିକ୍ରି ଏବଂ ଗୋଟିଏ କୋଇଲା ଖଣି ଲୌହ ଏବଂ ଇସ୍ପାତ କ୍ଷେତ୍ର ପାଇଁ ଆବଣ୍ଟନ କରାଯାଇଛି।

ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ସ୍ଥିତିରେ ଏହି ୪୨ଟି କୋଇଲା ଖଣିରୁ ବାର୍ଷିକ ୭୦ ମେଟ୍ରିକ ଟନ କୋଇଲା ଉତ୍ତୋଳନ କରାଯିବ।

ଟେଣ୍ଡର ଆହ୍ୱାନ ନୋଟିସ ଏବଂ ଆବେଦନ ଆହ୍ୱାନ ନୋଟିସ ଅଗଷ୍ଟ ୩-୪ରେ ପ୍ରକାଶିତ ଖବର କାଗଜରେ ପ୍ରକାଶ ପାଇଛି। ମେଟାଲ ସ୍କାର୍ପ ଟ୍ରେଡିଂ କର୍ପୋରେସନ (ଏମଏସଟିସି) ପ୍ଲାଟଫର୍ମରେ ବୈଦ୍ୟୁତିକ ନିଲାମୀ ଆୟୋଜନ କରାଯିବ।

ନିଲାମରେ ଅଂଶଗ୍ରହଣକାରୀଙ୍କ ପଞ୍ଜୀକରଣ ଓ ଟେଣ୍ଡର ଡକୁମେଟ ବିକ୍ରିର ଶେଷ ତାରିଖ ୧୩ ସେପ୍ଟେମ୍ବରକୁ ଧାର୍ଯ୍ୟ କରାଯାଇଥିବା ବେଳେ ବିଡ୍‌ ଦାଖଲ କରିବାର ଶେଷ ତାରିଖ ୧୯ ସେପ୍ଟେମ୍ବର, ୨୦୧୯ ରଖାଯାଇଛି।

୧୦ ଅକ୍ଟୋବର ୨୦୧୯ରୁ ୮ ନଭେମ୍ବର ୨୦୧୯ ମଧ୍ୟରେ ଏମଏସଟିସି ପ୍ଲାଟଫର୍ମ ଜରିଆରେ ବୈଦ୍ୟୁତିକ ନିଲାମୀ ଅନୁଷ୍ଠିତ ହେବ। ଅନ୍ୟ ସମସ୍ତ ବିବରଣୀ କୋଇଲା ମନ୍ତ୍ରାଳୟର ୱେବସାଇଟ www.coal.nic.in ରେ ଉପଲବ୍ଧ ରହିଛି।

Comment