ଓଡ଼ିଶାଲାଇଭ ବ୍ୟୁରୋ

ଲଗାଣ ବର୍ଷାରେ ଗଞ୍ଜାମ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏନେଇ ଆଜି ଜିଲ୍ଲାପାଳ ସମସ୍ତ ସରକାରୀ ଓ ଘରୋଇ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି। ଏହାଛଡ଼ା ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସ୍କୁଲ ଛୁଟି ରହିଥିଲେ ମଧ୍ୟ ଶିକ୍ଷକମାନଙ୍କୁ ଛୁଟି ଦିଆଯାଇନାହିଁ। ସେମାନଙ୍କ ବନ୍ୟା ପ୍ରଭାବିତ ଲୋକଙ୍କୁ ସାହାର୍ଯ୍ୟ କରିବାକୁ କୁହାଯାଇଛି। ବନ୍ୟା ଯୋଗୁଁ ବ୍ରହ୍ମପୁର ସହରର ଅନେକ ସ୍ଥାନ ପ୍ରଭାବିତ ହୋଇଛି। ଏହାଛଡ଼ା ରାଜ୍ୟର ଅନେକ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।

Comment