ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଅନ୍ତର୍ଜାତୀୟ ସ୍ତରରେ ପରିଚୟ ସୃଷ୍ଟି କରିଛନ୍ତି। ଆମେରିକାର ଟିଭି ସିରିଜରେ ମଧ୍ୟ ସେ କାମ କରିଛନ୍ତି। ସେହିପରି ତାଙ୍କ ଭଉଣୀ ପରିଣିତି ଚୋପ୍ରା ବି ହଲିଉଡ ଫିଲ୍ମରେ କାମ କରିବାକୁ ଚାହୁଁଛନ୍ତି।

ଭାରତରେ ଭଲ କାମ ମିଳୁଥିଲେ ମଧ୍ୟ ପରିଣିତ ହଲିଉଡ ଫିଲ୍ମରେ କାମ କରିବାକୁ ସ୍ୱପ୍ନ ଦେଖୁଛନ୍ତି। ନିକଟରେ ଏଂସପର୍କରେ ଏକ ସାକ୍ଷାତକାରରେ ପରିଣିତ ନଜେ ଏହା କହିଛନ୍ତି।

ପରିଣିତି ଏବେ ତାଙ୍କ ଫିଲ୍ମ ‘ଜବରିୟା ଯୋଡ଼ି’ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ଏଥିରେ ତାଙ୍କ ଅପୋଜିଟରେ ନାୟକ ସାଜିଛନ୍ତି ସିଦ୍ଧାର୍ଥ ମଲହୋତ୍ରା। ଏହି ଫିଲ୍ମ ଦର୍ଶକଙ୍କୁ ଖୁବ ପସନ୍ଦ ଆସିବ ବୋଲି ପରିଣତି କହିଛନ୍ତି।

Comment