ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

  • ସଚିବାଳୟରେ ଉଚ୍ଚସ୍ତରୀୟ ବୈଠକ
  • ପୁରୀ ପାଇଁ ସ୍ପେଶାଲ ପ୍ୟାକେଜ
  • ପୁରୀ ପାଇଁ ୨୬୫ କୋଟି ଟଙ୍କା ବ୍ୟୟବରାଦ
  • ପାର୍କିଂ ବ୍ୟବସ୍ଥା ଉପରେ ଗୁରୁତ୍ୱ
  • ଗୋଟିଏ ଛାତ ତଳେ ରହିବ ସବୁ ସରକାରୀ ଅଫିସ

ପୁରୀର ବିକାଶ ପାଇଁ ଖର୍ଚ୍ଚ ହେବ ୨୬୫ କୋଟି ଟଙ୍କା। ସଚିବାଳୟରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଏନେଇ ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିରେ ୫ଟି ପ୍ରକଳ୍ପକୁ ମିଳିଛି ଅନୁମୋଦନ।

ପୁରୀକୁ ଆସୁଥିବା ପର୍ଯ୍ୟଟକଙ୍କ ସୁବିଧା ନିମନ୍ତେ ଅବଢ଼ା ଯୋଜନାରେ ଭିତ୍ତିଭୂମିକା ବିକାଶ ପାଇଁ ପଦକ୍ଷେପ ନେିଆଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।

ପୁରୀର ପୁରୁଣା ଜେଲ୍‌ ପରିସର, ଯାତ୍ରୀକା ଓ ମ୍ୟୁନିସିପାଲଟି ମାର୍କେଟର ବିକାଶ କରାଯାଇ ସେଠାରେ ୧୨୫୦ଟି ଦୋକାନ ଘର ନିର୍ମାଣ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।

ପୁରୀର ପୁରୁଣା ଜେଲ ପରିସରରେ ଗ୍ରାଉଣ୍ଡ ପାର୍କିଂ ବ୍ୟବସ୍ଥାର ବିକାଶ କରାଯିବ। ଏହି ପାର୍କିଂ ସ୍ଥାନରେ ୪୦୦ କାର୍ ପାର୍କିଂ ପାଇଁ ବ୍ୟବସ୍ଥା କରାଯିବ। ସେହିପରି ଯାତ୍ରୀକାରେ ମଧ୍ୟ ବହୁତଳ କାର୍ ପାର୍କିଂ ବ୍ୟବସ୍ଥା କରାଯିବ।

ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମେତ ଅନ୍ୟ ସରକାରୀ କାର୍ଯ୍ୟାଳୟକୁ ଗୋଟିଏ ଛାତ ତଳେ ରଖିବା ପାଇଁ ବୈଠକରେ ଆଲୋଚନା ହୋଇଥିଲା। ଆଚାର୍ଯ୍ୟ ହରିହର ଛକର ରାସ୍ତା ସଂପ୍ରସାରଣ କରାଯାଇ ସେଠାରେ ବିଭିନ୍ନ ନାଗରିକ ସୁବିଧା ଏବଂ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ହାତକୁ ନିଆଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।

Comment