ଟାଇଫଏଡରୁ ମୁକ୍ତି ଦେବ ଅମୃତଭଣ୍ଡା ପତ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ

ଅମୃତଭଣ୍ଡା ଶରୀର ପାଇଁ ହିତକାରକ ଏକଥା ତ ସମସ୍ତେ ଜାଣନ୍ତି। ହେଲେ ଅମୃତଭଣ୍ଡା ଗଛର ପତ୍ର ମଧ୍ୟ ଶରୀର ପାଇଁ ଉପକାରୀ। ବିଶେଷକରି ଡେଙ୍ଗୁ ହୋଇଥିଲେ ଅମୃତଭଣ୍ଡା ପତ୍ରକୁ ବ୍ୟବହାର କଲେ ସୁଫଳ ମିଳିଥାଏ।

-ଅମୃତଭଣ୍ଡା ପତ୍ରକୁ ସିଧାସଳଖ ଖାଇହେବ ନାହିଁ। ତେଣୁ ଏହାର ୫-୧୦ଟି ପତ୍ରକୁ ନିଅନ୍ତୁ। ତାକୁ ପାଣିରେ ଭଲ ଭାବେ ଧୋଇ ଦିଅନ୍ତୁ। ପତ୍ରକୁ ଧୋଇ ସାରିବେ ପରେ ଜୁସରରେ ଭଲ ଭାବେ ପେଶି ଦିଅନ୍ତୁ ରସ ବାହାର କରନ୍ତୁ। ସେଇ ରସକୁ ନିୟମିତ ଭାବେ ପିଇଲେ ଆପଣଙ୍କୁ ବିଭିନ୍ନ ପ୍ରକାର ରୋଗରୁ ଉପଶମ ମିଳିବ।

-ତେବେ ଜୁସ୍ ପ୍ରସ୍ତୁତ କରିବା ପରେ ତୁରନ୍ତ ତାକୁ ପିଇ ନିଅନ୍ତୁ। ଚାହିଁଲେ ତାକୁ ବୋତଲରେ ଭରି ମଧ୍ୟ ରଖିପାରିବେ। କିନ୍ତୁ ତୁରନ୍ତ ପିଇଲେ ଅଧିକ ଲାଭ ମିଳେ। ସେହିପରି ଜୁସ୍ ନକରି ପତ୍ରକୁ ଛେଚି ମଧ୍ୟ ଆପଣ ତା’ର ରସ ବାହାର କରିପାରିବେ।

-ଡେଙ୍ଗୁ ରୋଗ ହେଲେ ରୋଗୀର ପ୍ଲେଟଲେଟ ସଂଖ୍ୟା ଖୁବ୍ କମିଯାଇଥାଏ। ତେଣୁ ମୁଣ୍ଡବିନ୍ଧା, ଜ୍ୱର, ଗଣ୍ଠି ଦରଜ ଇତ୍ୟାଦି ସମସ୍ୟା ଅଧିକ ଦେଖାଯାଏ। ଶରୀର ଦୁର୍ବଳ ହୋଇଯାଏ। ଏପରିସ୍ଥଳେ ଅମୃତଭଣ୍ଡା ପତ୍ରର ରସ ପିଇଲେ ସେଥିରେ ଥିବା ଆୟୁର୍ବେଦୀୟ ଗୁଣ ଯୋଗୁଁ ଜ୍ୱର କମିଥାଏ। ପ୍ଲେଟଲେଟ୍ ସଂଖ୍ୟା ବି ବଢ଼ିଥାଏ।

-ସେହିପରି ଅମୃତଭଣ୍ଡା ପତ୍ରରେ ଆଲକାଲଏଡ୍ ଭଳି କିଛି ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ ରହିଥାଏ ଯାହାକି ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇଥାଏ। ଏହାଦ୍ୱାରା ଶରୀରରେ ସଂକ୍ରମିତ ଭାଇରସ୍ ଏବଂ ବ୍ୟାକ୍ଟେରିଆ ନିୟନ୍ତ୍ରଣ ହେବାରେ ସଫଳତା ମିଳେ।

papaya leaves for health

-ଗବେଷଣାରୁ ଜଣାପଡ଼ିଛି ଯେ ଅମୃତଭଣ୍ଡା ପତ୍ରର ରସକୁ ନିୟମିତ ଭାବେ ପିଇଲେ ମ୍ୟାଲେରିଆ ରୋଗ ମଧ୍ୟ ନିୟନ୍ତ୍ରିତ ହୋଇଥାଏ।

– ଅମୃତଭଣ୍ଡା ପତ୍ରର ରସକୁ ନିୟମିତ ଭାବେ ପିଇଲେ ଟାଇଫଏଡ୍‌ରୁ ମଧ୍ୟ ମୁକ୍ତି ମିଳିଥାଏ।

-ଏହାଛଡ଼ା ପେଟ ଫୁଲିବା, ଛାତିରେ ଜ୍ୱଳନ ହେବା, ଖଟା ହାକୁଟି ଆସିବା, ବଦହଜମି ପ୍ରଭୃତି ହୋଇଥିଲେ ଅମୃତଭଣ୍ଡା ପତ୍ରର ରସ ପିଇଲେ ପାଚନ ତନ୍ତ୍ର ସୁଦୃଢ଼ ହୋଇଥାଏ।

Comment