ଓଡ଼ିଶାଲାଇଭ ବ୍ୟୁରୋ

ବ୍ରହ୍ମପୁରର ଶିଳ୍ପୀ ସତ୍ୟନାରାୟଣ ମହାରଣା ଦ୍ଵାରା ନିର୍ମିତ ଦେଢ଼ ଇଞ୍ଚର ଛୋଟ ରଥ ଏସିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛି। ଏସିଆ ବୁକ୍‌ ଅପ୍‌ ରେକର୍ଡ-୨୦୨୦ ପାଇଁ ତାଙ୍କ ନାମ ଘୋଷଣା କରାଯାଇଛି। ଏଥିପାଇଁ ତାଙ୍କୁ ଗ୍ରାଣ୍ଡମାଷ୍ଟର ଟାଇଟଲ ମଧ୍ୟ ପ୍ରଦାନ କରାଯାଇଛି।

ଗଞ୍ଜାମ ଜିଲ୍ଲା ସୋରଡ଼ାର ମୂଳ ବାସିନ୍ଦା ହେଉଛନ୍ତି ସତ୍ୟ ମହାରଣା। ବର୍ତ୍ତମାନ ସେ ବ୍ରହ୍ମପୁରର ନୀଳକଣ୍ଠ ନଗରରେ ରହୁଛନ୍ତି। ଚଳିତ ବର୍ଷ ରଥଯାତ୍ରାରେ ଅଢ଼େଇ ଇଞ୍ଚର ନନ୍ଦିଘୋଷ ରଥ ନିର୍ମାଣ କରିଥିଲେ। ପରେ ଗୁଣ୍ଡିଚା ଯାତ୍ରା ଅବସରରେ ତା’ଠାରୁ ଛୋଟ ଅର୍ଥାତ ୧.୪ଇଞ୍ଚର ରଥ ନିର୍ମାଣ କରିଥିଲେ।

ଏହି ରଥରେ ଗମ୍ଭାରୀ କାଠ ପଟାରେ ନିର୍ମିତ ହୋଇଥିଲା। ଏଥିରେ ଶ୍ରୀ ଜଗନ୍ନାଥଙ୍କ ମୃର୍ତ୍ତି, ୧୬ଟି ଚକା। ଏହାସହ ସାରଥୀ, ୪ଟି ଘୋଡ଼ା, ୨ଟି ଓଲଟ ଶୁଆ, ପତିତପାବନ ବାନା, ଦଧିନଉତି ମଧ୍ୟ ରହିଛି। ପୂର୍ବରୁ ତାଙ୍କର ଏହି କଳାକୃତ୍ତି ଓ୍ଵାର୍ଲ୍ଡ ବୁକ ଅଫ ରେକର୍ଡ, ଇଣ୍ଡିଆ ବୁକ୍ ଅଫ୍‌ ରେକର୍ଡ, ନ୍ୟାସନାଲ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇଛି।

LEAVE A REPLY

Please enter your comment!
Please enter your name here