ଓଡ଼ିଶାଲାଇଭ୍ ବ୍ୟୁରୋ

ବର୍ଷା ଦିନରେ ପରିବେଶରେ ଆଦ୍ରତା ଥିବାରୁ ପରିବେଶରେ ଅଧିକ ବ୍ୟାକ୍ଟେରିଆ ସୃଷ୍ଟି ହୋଇଥାଏା ଏଥିପାଇଁ ବିଭିନ୍ନ ପ୍ରକାରର ସ୍କିନ୍ ସମସ୍ୟା ଦେଖାଦେଇଥାଏା ସେଥିମଧ୍ୟରୁ ବ୍ରଣ ସମସ୍ୟା ମୁଖ୍ୟ କାରଣ ହୋଇଥାଏ। ବ୍ରଣ ସମସ୍ୟା ପ୍ରାୟ ସବୁ ଯୁବପିଢ଼ିମାନଙ୍କ ଚିନ୍ତାର କାରଣ ହୋଇଥାଏା ଯାହା କି ସମ୍ପୂଣ ଭାବେ ସୌନ୍ଦର୍ଯ୍ୟ ନଷ୍ଟ କରିଦେଇଥାଏା ଏହା ଦୂର କରିବା ପାଇଁ ରହିଛି କିଛି ଟିପ୍ସ।

  • ବର୍ଷା ଦିନେ ସାଧାରଣତଃ ଲୋକମାନେ ପାଣି ଖୁବ କମ୍ ପିଇଥାନ୍ତିା ଯାହା ଫଳରେ ବ୍ରଣ ସମସ୍ୟା ସହ ଅନ୍ୟ ସ୍କିନ୍ ସମସ୍ୟା ମଧ୍ୟ ଦେଖାଦେଇଥାଏା ଥଣ୍ଡା ଲାଗୁ କି ଗରମ ଦିନକୁ ୭ ଲିଟରରୁ ୮ ଲିଟର ପାଣି ପିଇବା ନିହାତି ଜରୁରୀ। ଫଳରେ ତ୍ୱଚା ଭଲ ରହିବା ସହ ବ୍ରଣ ସମସ୍ୟା ମଧ୍ୟ ଦୂର ହେଇପାରିବ।
  • ବର୍ଷାରେ ଓଦା ହେବା ସହିତ ଧୂଳି ସଂସ୍ପର୍ଶରେ ଆସିବା ଦୂରା ତ୍ୱଚାରେ ବ୍ୟାକ୍ଟେରିଆ ଫରମେସନ୍ ହୋଇଥାଏା ଫଳରେ ବ୍ରଣ ହେଇଥାଏା
  • ସନସ୍କ୍ରିନ୍ ଲୋସନ କେବଳ ଖରା ଦିନେ ନୁହେଁ ବରଂ ବର୍ଷା ଦିନେ ମଧ୍ୟ ବ୍ୟବହାର କରନ୍ତୁ। ବାହାରକୁ ଯିବା ସମୟରେ ସନ୍‌ସ୍କ୍ରିନ୍ ନିଶ୍ଚିତ ଭାବେ ବ୍ୟବହାର କରନ୍ତୁ।
  • ବର୍ଷାଦିନରେ ବାହାରକୁ ଯିବା ସମୟରେ ବାରମ୍ବାର ମୁହଁକୁ ରୁମାଲରେ କିମ୍ବା ହାତରେ ପୋଛନ୍ତୁ ନାହିଁ। ଅଧିକ ଝାଳ ବୋହିଲେ ଟିସ୍ୟୁ ପେପର୍‌ ବ୍ୟବହାର କରନ୍ତୁ।
  • ଓ୍ୱାଟର ପ୍ରୁଫ ମେକଅପ ଲାଗାଇ ବାହାରକୁ ଯାଆନ୍ତୁା
  • ଯଦି ଆପଣ ଫେସ୍‌ ଓ୍ୱାସ୍‌ ବ୍ୟବହାର କରୁଛନ୍ତି ତେବେ ଦିନକୁ ୨ ଥରରୁ ଅଧିକ ବାବହାର କରନ୍ତୁ ନାହିଁ।
  • ମୁହଁରେ ଫେସ୍‌ଓ୍ଵାସ୍‌ ବ୍ୟବହାର କରିବା ପରେ ଟୋନ୍‌ର ନିଶ୍ଚିତ ବ୍ୟବହାର କରନ୍ତୁା ଯାହାକି ମୁହଁକୁ ସପ୍ଟ ରଖିଥାଏା

Comment