ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦକ୍ଷିଣ ଭାରତରେ ତାଣ୍ଡବ ରଚିଛି ବନ୍ୟା। ଭୟଙ୍କର ବନ୍ୟାରେ ଜଳମଗ୍ନ ହୋଇଛି କର୍ଣ୍ଣାଟକ, କେରଳ, ଗୁଜୁରାଟ, ମହାରାଷ୍ଟ୍ର। ସବୁଠୁ ଦୁର୍ଦ୍ଦଶାର ଚିତ୍ର ସାମ୍ନାକୁ ଆସୁଛି। ଗତ ସପ୍ତାହକ ମଧ୍ୟରେ ଲଗାଣ ବର୍ଷା  ଓ ବନ୍ୟାରେ ଅନେକ  ଲୋକଙ୍କର ମୃତ୍ୟୁ ଘଟିଛି।

ଏହି ବନ୍ୟାରେ କେରଳରେ ୪୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା ବେଳେ ଏବେବି କିଛି ନିଖୋଜ ରହିଛନ୍ତି। ୯୯୭ଟି ରିଲିଫ୍‌ କ୍ୟାମ୍ପରେ ପ୍ରାୟ ୧ ଲକ୍ଷରୁ ଅଧିକ ଲୋକଙ୍କ ଥଇଥାନ କରାଯାଇଛି। ଓ୍ୱାୟନାଡରେ ସବୁଠୁ ବେଶୀ କ୍ଷୟକ୍ଷତି ହୋଇଛି। ଯୁଦ୍ଧକାଳୀନ ଭିତ୍ତିରେ ସେନା, ନୌସେନା ଓ ଏନଡିଆର୍‌ଏଫ୍ ଟିମ୍‌ ଉଦ୍ଧାରକାର୍ଯ୍ୟ ଚଳାଇଛନ୍ତି। ଆଜି ରାହୁଲ ଗାନ୍ଧି ଓ୍ୱାୟନାଡ ଯାଇ ସ୍ଥିତି ସମୀକ୍ଷା କରିବାକୁ କାର୍ଯ୍ୟକ୍ରମ ରହିଛି।

ସେହିପରି ମହାରାଷ୍ଟ୍ରରେ ବି ବନ୍ୟା ପରିସ୍ଥିତି ସଙ୍ଗୀନ ରହିଛି। ଏହା ବ୍ୟତୀତ କର୍ଣ୍ଣାଟକ ମଧ୍ୟରେ ସମାନ ପରିସ୍ଥିତି ରହିଛି। ବତ୍ତର୍ମାନ ପର୍ଯ୍ୟନ୍ତ ୩୧ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଗୁଜୁରାଟରେ ବି ୬ ଲୋକଙ୍କ ଶବ ମିଳିଛି।

Comment