ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଦେଶ ବୁଲି ଯାଇଥିବା ଓଡ଼ିଶାର ଚାରି ଜଣ ପର୍ଯ୍ୟଟକଙ୍କୁ ବ୍ୟାଙ୍କକଠାରେ ହଟହଟା ହେବାକୁ ପଡ଼ିଛି। ଏଠାକାର ଡନ ମ୍ୟୁଅଙ୍ଗ ବିମାନ ବନ୍ଦରରେ ଇମିଗ୍ରେସନ ଅଧିକାରୀଙ୍କ ଦ୍ୱାରା ଏମାନଙ୍କୁ ଅଟକ ରଖାଯାଇଛି। ଶନିବାର ଦିନ ଏହି ଘଟଣା ଘଟିଛି। ଭାରତରୁ ୪୦ ଜଣିଆ ପର୍ଯ୍ୟଟକ ଗୋଷ୍ଠୀ ଭିତରେ ଏମାନେ ଥିଲେ। ଏକ ଘରୋଇ କମ୍ପାନି ଏମାନଙ୍କୁ ବ୍ୟାଙ୍କକ ପଠାଇଥିଲା। କୋଲକାତାରୁ ଏମାନେ ବ୍ୟାଙ୍କକରେ ପହଂଚିବା ପରେ ବିମାନ ବନ୍ଦର ଅଧିକାରୀ ଏମାନଙ୍କୁ ଅଟକାଇଥିଲେ।

ପର୍ଯ୍ୟଟକମାନେ ଅଭିଯୋଗ କରିଛନ୍ତି ଯେ ସେମାନଙ୍କ ପାଖରେ ବୈଧ ପାସ୍ପୋର୍ଟ ଓ ଭିସା ଥିବା ସତ୍ତ୍ୱେ ବିମାନ ବନ୍ଦର ଅଧିକାରୀମାନେ ସେମାନଙ୍କୁ ଅପରାଧୀ ଭଳି ବ୍ୟବହାର କରିଥିଲେ। କୈଳାଶ ଅଗ୍ରୱାଲ ନାମକ ଜଣେ ପର୍ଯ୍ୟଟକଙ୍କ ଠାରୁ ବିମାନ ବନ୍ଦର କର୍ମଚାରୀ ମାନେ ମୂଲ୍ୟବାନ ଜିନିଷ ଛଡାଇ ନେବା ବ୍ୟତୀତ ଅନ୍ୟମାନଙ୍କ ସହ ତାଙ୍କୁ ଗୋଟିଏ କୋଠରୀରେ ବନ୍ଦ କରି ଦେଇଥିଲେ ବୋଲି ଅଭିଯୋଗ ହୋଇଛି।

ଜଣେ ଓଡ଼ିଆ ପର୍ଯ୍ୟଟକ କହିଛନ୍ତି ଯେ ଥାଇଲାଣ୍ଡ ବିମାନ ବନ୍ଦର କର୍ମଚାରୀଙ୍କ ସହ ଯୋଗାଯୋଗ କରିବା କଷ୍ଟକର ବ୍ୟାପାର କାରଣ ସେମାନେ ଇଂରେଜୀ ଜାଣନ୍ତି ନାହିଁ।ଏହି ଘଟଣାରେ ପର୍ଯ୍ୟଟକ ମାନେ ବୈଦେଶିକ ମନ୍ତ୍ରୀ, ବୈଦେଶିକ ସଚିବ ଓ ଥାଲାଣ୍ଡ ରେ ଅବସ୍ଥାପିତ ରାଷ୍ଟ୍ରଦୂତ ସୁଚିତ୍ରା ଦୁରାଇଙ୍କୁ ଟୁଇଟ କରି ତୁରନ୍ତ ସେମାନଙ୍କୁ ଖଲାସ କରିବା ପାଇଁ ଦାବି କରିଛନ୍ତି

LEAVE A REPLY

Please enter your comment!
Please enter your name here