ଓଡ଼ିଶାଲାଇଭ୍ ବ୍ୟୁରୋ
ଲଗାଣ ବର୍ଷାରେ ବେହାଲ ବଲାଙ୍ଗିର। ଗତ ଦୁଇ ଦିନ ହେବ ବଲାଙ୍ଗିରରେ ପ୍ରବଳ ବର୍ଷା ହୋଇଛି। ଫଳରେ ଗୁଡଭେଲା ବ୍ଲକରେ ପ୍ରବାହିତ ଖଡ଼ଙ୍ଗ ନଦୀର ବନ୍ୟା ଜଳ ବିଭିନ୍ନ ଗାଁରେ ପ୍ରବେଶ କରିଛି। ପାଖାପାଖି ୨ଶହ ଘରେ ପାଣି ପଶିଛି।
ଗତକାଲି ରାତି ତମାମ ବର୍ଷା ହେବା ପରେ ବଲାଙ୍ଗିର ଅବସ୍ଥା ସଙ୍ଗୀନ ହୋଇପଡ଼ିଛି। ଘରେ ଘରେ ବର୍ଷା ପାଣି ପଶିଛି।
ଫଳରେ ଜଳବନ୍ଦୀ ଘେରରେ ରହିଛି ସାଲିପାଲ୍ଲୀ ଅଞ୍ଚଳ। ବଲାଙ୍ଗିରର ତଳିଆ ଅଞ୍ଚଳରେ ପାଣି ପଶି କିଛି ସ୍ଥାନରେ ଘର କାନ୍ଥ ପଡ଼ି ଯାଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଓଡ୍ରାଫ୍ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି।
ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ସ୍କୁଲ, କଲେଜ ବନ୍ଦ କରାଯାଇଛି। ସେପଟେ ଅଗ୍ନିଶମ ବିଭାଗ ପହଞ୍ଚି ପ୍ରାୟ ୧୦ଟଇ ପରିବାରକୁ ଉଦ୍ଧାର କରିଛି।