ଓଡ଼ିଶାଲାଇଭ୍ ବ୍ୟୁରୋ

  • ୬ ଜିଲ୍ଲାକୁ ଆଲର୍ଟ
  • ଜିଲ୍ଲାପାଳଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ
  • ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ନିର୍ଦ୍ଦେଶ
  • ୧୫ ତାରିଖରେ ମୁଣ୍ଡଳିରେ ପ୍ରବାହିତ ହେବ ବନ୍ୟା ଜଳ

ମହାନଦୀରେ ଆସୁଛି ବନ୍ୟା। ଏନେଇ ମହାନଦୀ ଅବବାହିକାର ୧୩ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ମହାନଦୀ ଓ ଏହାର ଶାଖା ନଦୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ଥିବାରୁ ୧୩ ଜିଲ୍ଲାର ଜିଲ୍ଲାପାଳ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ବଲାଙ୍ଗିର, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ, ସୁବର୍ଣ୍ଣପୁର, ନୟାଗଡ଼, ଖୋର୍ଦ୍ଧା, କଟକ, ଅନୁଗୁଳ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର ଜିଲ୍ଲାର ଜିଲ୍ଲାପାଳଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ। ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ମୁକାବିଲା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଆସନ୍ତାକାଲି ହୀରାକୁଦରୁ ପ୍ରଥମ ବନ୍ୟାଜଳ ନିଷ୍କାସିତ ହେବ। ୧୫ ତାରିଖ ସକାଳେ ମୁଣ୍ଡଳିରେ ବନ୍ୟା ଜଳ ପ୍ରବେଶ କରିବ।ସକାଳ ୬ଟାରୁ ୧୦ଟା ମଧ୍ୟରେ ୧୧.୫ ଲକ୍ଷ କ୍ୟୁସେକ୍‌ ଜଳ ମୁଣ୍ତଳିରେ ପ୍ରବାହିତ ହେବ।

Comment