ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଅଗଷ୍ଟ ୩୦ରେ ରିଲିଜ ହେବାକୁ ଯାଉଛି ଆକ୍ସନ ଫୁଲ୍‌ ଫିଲ୍ମ ‘ସାହୋ’। ଫିଲ୍ମର ଲିଡ୍‌ ଆକ୍ଟର ପ୍ରଭାସ ଓ ଆକ୍ଟ୍ରେସ ଶ୍ରଦ୍ଧା କପୁର ଏବେ ପ୍ରମୋସନରେ ଲାଗି ପଡ଼ିଛନ୍ତି। ନିକଟରେ ଏହି ପିଲ୍ମର ଟ୍ରେଲର ରିଲିଜ ହୋଇଥିଲା। ଏହା ଟ୍ରେଣ୍ଡରେ ମଧ୍ୟ ରହିଛି।

ସାହୋକୁ ସବୁଠୁ ବଡ଼ ଆକ୍ସନ ଫିଲ୍ମ କରିବା ପାଇଁ ଫିଲ୍ମ ମେକର୍ସ ବଡ଼ ବଜେଟ୍‌ ଖର୍ଚ୍ଚ କରିଛନ୍ତି। ଏହି ଫିଲ୍ମ ପାଇଁ ୨୫୦ କୋଟି ଖର୍ଚ୍ଚ ହୋଇଥିବା ଅନୁମାନ କରାଯାଉଥିଲା। ନିକଟରେ ପ୍ରଭାସ ଦେଇଥିବା ଏକ ସାକ୍ଷାତକାରରେ ଫିଲ୍ମର ବଜେଟ୍‌ ସଂପର୍କରେ ଖୁଲାସା କରିଛନ୍ତି। ଫିଲ୍ମ ୩୫୦ କୋଟି ଖର୍ଚ୍ଚ ହୋଇଥିବା ସେ କହିଛନ୍ତି।

ଫିଲ୍ମଟି ପ୍ରଭାସଙ୍କ ପ୍ରଥମ ବଲିଉଡ ଫିଲ୍ମ। ଏହା ତେଲୁଗୁ, ତାମିଲ, ହିନ୍ଦୀ, ମାଲାୟାଲାମ ଭାଷାରେ ରିଲିଜ ହେବ। ଏଥିରେ ନୀଲ ନୀତିନ ମୁକେଶ, ଜ୍ୟାକି ଶ୍ରଫ୍‌, ଚଙ୍କି ପାଣ୍ଡେଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।

Comment